www.samajalive.in
Monday, December 8, 2025
20.1 C
Bhubaneswar

ସ୍ନାତକ ପରୀକ୍ଷାରେ ସଫଳତା ସାଉଁଟିଲେ ଅତାବିରା ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ଅତାବିରା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରେଷ୍ଠ ୧୦ ସ୍ଥାନ ଅଧିକାର କରିଛନ୍ତି। ଅତାବିରା ମହାବିଦ୍ୟାଳୟ  ଯୁକ୍ତ ତିନି ତୃତୀୟ ବର୍ଷ  ସ୍ନାତକ  ପରୀକ୍ଷାରେ  ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ  ଛାତ୍ରଛାତ୍ରୀଙ୍କ କୃତିତ୍ୱ  ପାଇଁ ଏକ ସ୍ବତନ୍ତ୍ର ସ୍ଥାନ  ସୃଷ୍ଟି କରି ପାରିଛି। ନିକଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ସେଥିରେ  ଅତାବିରା ମହାବିଦ୍ୟାଳୟର ଆଠ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଛନ୍ତି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସମସ୍ତ ସ୍ନାତମ ମହାବିଦ୍ୟାଳୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ୧୦ଟି ସ୍ଥାନ ଅଧିକାର କରି  ମହାବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ଯୁକ୍ତ ତିନି ବିଜ୍ଞାନ ବିଭାଗର  ପ୍ରାଣୀ ବିଜ୍ଞାନରେ  ଅନର୍ସ ସହ  ଡିଷ୍ଟିଂକ୍ସନ ରଖି ବିଶ୍ଵବିଦ୍ୟାଳୟ ସ୍ତରରେ   ଜସ୍ମିନ  ମହାପାତ୍ର  ରାଙ୍କ-୨ ଓ  ଅତୁଲ କୁମାର ତ୍ରିପାଠୀ  ରାଙ୍କ୍-୯, ପଦାର୍ଥ ବିଜ୍ଞାନରେ ଅନର୍ସ  ସହ ଡିଷ୍ଟିନକ୍ସନ ରଖି   ଅଳକା ନାଏକ ରାଙ୍କ-୭ ଓ ଦିପେଶ ବିଶ୍ଵାଳ ରାଙ୍କ-୧୦, ଇପ୍ସିତା ମହାନ୍ତି ଗଣିତରେ ରେଙ୍କ-୧୦, ବୈଷ୍ଣବୀ ନାୟକ  ରସାୟନ ବିଜ୍ଞାନରେ  ରେଙ୍କ-୧୦, ମୀମାଂସା ଯୋଶୀ ଇଂରାଜୀରେ ରାଙ୍କ-୯ ଓ ସୋମନାଥ ମହାପାତ୍ର  ଇତିହାସରେ ରାଙ୍କ-୭ ରହିଛନ୍ତି ।ଏ ହା ବ୍ୟତୀତ  ଯୁକ୍ତ ତିନି କଳା  ସ୍ନାତକ  ପରୀକ୍ଷାରେ ମୋଟ ୧୦୫ ଜଣ ପରୀକ୍ଷା ଦେଇଥିବା ବେଳେ  ୭୦ ଜଣ ପ୍ରଥମ ସ୍ଥାନ, ଯୁକ୍ତ ତିନି ବିଜ୍ଞାନ ସ୍ନାତକ ପରୀକ୍ଷାରେ  ମୋଟ ୯୨ ଜଣଙ୍କ ମଧ୍ୟରୁ  ୭୨ ଜଣ  ପ୍ରଥମ ଶ୍ରେଣୀ ଓ ଯୁକ୍ତ ତିନି ବାଣିଜ୍ୟ ସ୍ନାତକ ପରୀକ୍ଷାରେ  ୪୭ ଜଣଙ୍କ ମଧ୍ୟରୁ ୧୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଛାତ୍ର ଛାତ୍ରୀ ମାନଙ୍କର ଏହି  ସଫଳତା ପାଇଁ ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା,କ ର୍ମଚାରୀ ଏବଂ  ଅଭିଭାବକ ଅଭିଭାବିକାମାନଙ୍କୁ ଶୁଭେଚ୍ଛା  ଓ ସାଧୁବାଦ୍ ଜଣାଇଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories