www.samajalive.in
Sunday, December 7, 2025
26.1 C
Bhubaneswar

‘ଶ୍ରୀକାନ୍ତ’: ତୃତୀୟ ଦିନରେ ୩ ଗୁଣା ବଢିଲା ଆୟ, ଜାଣନ୍ତୁ ମୋଟ୍‌ ବ୍ୟବସାୟ..

ମୁମ୍ବଇ: ମେ’ ୧୦ରେ ମୁକ୍ତିଲାଭ କରିଥିବା ରାଜକୁମାର ରାଓ-ଅଲାୟା ଏଫଙ୍କ ‘ଶ୍ରୀକାନ୍ତ’ ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁଛି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମ ଦିନ ତୁଳନାରେ ତୃତୀୟ ଦିନ ଅର୍ଥାତ୍‌ ରବିବାର ‘ଶ୍ରୀକାନ୍ତ’ର ଆୟ ୩ ଗୁଣା ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ପ୍ରଥମ ଦିନରେ ୨.୨୫ କୋଟି ଟଙ୍କା ଆୟ କରିଥିଲା ‘ଶ୍ରୀକାନ୍ତ’। ଦ୍ଵିତୀୟ ଦିନ ଏହା ୪.୨ କୋଟିକୁ ବୃଦ୍ଧି ପାଇଥିବାବେଳେ ତୃତୀୟ ଦିନ ଏହା ୫.୫୦ କୋଟି ଟଙ୍କା ଆୟ କରିଛି। ୩ ଦିନରେ ‘ଶ୍ରୀକାନ୍ତ’ ମୋଟ୍‌ ୧୧.୯୫ କୋଟି ଟଙ୍କା ଆୟ କରିଛି। ବିଶ୍ଵବ୍ୟାପୀ ଏହି ଅଙ୍କ ପ୍ରାୟ ୧୨ରୁ ୧୩ କୋଟିରେ ପହଞ୍ଚିଛି।

- Advertisement -

୫୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ‘ଶ୍ରୀକାନ୍ତ’ର ନିର୍ଦେଶନା ଦେଇଛନ୍ତି ତୁଷାର ହୀରାନନ୍ଦାନୀ। ଏଥିରେ ରାଜକୁମାର ରାଓ, ଆଲାୟା ଏଫ୍‌, ଜ୍ୟୋତିକା ଓ ଶରଦ କେଲକର ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏହା ଏକ ବାୟୋଗ୍ରାଫିକାଲ୍‌ ଚଳଚ୍ଚିତ୍ର, ଯାହା ଦୃଷ୍ଟିହୀନ ଶିଳ୍ପପତି ତଥା ବୋଲାଣ୍ଟ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠାତା ଶ୍ରୀକାନ୍ତ ବୋଲ୍ଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ।

 

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories