ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଭୋରରୁ ପୁଲିସର ଏନକାଉଣ୍ଟର। ଏନକାଉଣ୍ଟରେ ଟାଟା ଷ୍ଟିଲ୍ ର ବିଜ୍ନେସ୍ ହେଡ୍ ବିନୟ ତ୍ୟାଗୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଜଣେ ସବ୍ ଇନସ୍ପେକ୍ଟର ଗୁରୁତର ହୋଇଥିବା ସୂଚନା ମିଳିଛି। ପୁଲିସ ଏନକାଉଣ୍ଟର କରିଥିବା ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲା ଅକ୍କି ଓରଫ ଦକ୍ଷ। ଅକ୍କି ନିକଟରୁ ଟାଟା ଷ୍ଟିଲ୍ ର ବିିଜ୍ନେସ୍ ହେଡ୍ ମୃତ ବିନୟ ତ୍ୟାଗୀଙ୍କ ମୋବାଇଲ ଫୋନ୍ ଜବତ କରିଛି ପୁଲିସ।
ଗତ ୩ତାରିଖରେ ଅକ୍କି ନିଜ ସହଯୋଗୀଙ୍କ ସହ ବିନୟ ତ୍ୟାଗୀଙ୍କ ନିକଟରୁ ଲୁଟପାଟ କରିବା ପରେ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଥିଲା। ଗାଜିଆବଦର ରାଜେନ୍ଦ୍ର ନଗର ଅଞ୍ଚଳରେ ରହୁଥିଲେ ବିନୟ ତ୍ୟାଗୀ। ପ୍ରତିଦିନ ଘରୁ ଅଫିସ୍-ମେଟ୍ରୋରେ ଯିବା ଆସିବା କରୁଥିଲେ। ଗତ ୩ ତାରିଖ ରାତି ୧୧ଟାରେ ସେ ନିଜ ପତ୍ନୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ଏହାପରେ ଫୋନ୍ ଦୀର୍ଘ ସମୟ ବନ୍ଦ ହେବା ଦ୍ୱାରା ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ୪ ତାରିଖରେ ଘରଠାରୁ ମାତ୍ର ୩କି.ମି ଦୂରରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।
ଟାଟା ଷ୍ଟିଲ୍ ବିଜ୍ନେସ୍ ହେଡ୍ ହତ୍ୟା ଘଟଣା: ଏନକାଉଣ୍ଟରରେ ଅଭିଯୁକ୍ତ ମୃତ
Popular Categories



