www.samajalive.in
Monday, December 8, 2025
27.1 C
Bhubaneswar

ଭୋଟିଂ ପରେ ଇଭିଏମ୍ ଏବଂ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍, ହଠାତ୍ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ  ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଭୋଟିଂ ଶେଷ ହେବା ପରେ ବେତୁଲରେ ବଡ ଅଘଟଣ ଘଟିଛି। ମତଦାନ ପରେ ଇଭିଏମ ମେସିନ୍ ଏବଂ ପୋଲିଂ କର୍ମଚାରୀଙ୍କୁ ନେଇ ଫେରିବା ବେଳେ ହଠାତ୍ ବସରେ ନିଆଁ ଲାଗିଯାଇଥିଲା। ଏହି ବସ୍ ବେତୁଲ ଜିଲ୍ଲାର ୬ଟି ମତଦାନ କେନ୍ଦ୍ରରୁ ଭୋଟ୍ ସାମଗ୍ରୀ ନେଇ ଫେରୁଥିଲା। ନିଆଁ ଲାଗି ୪ଟି ମତଦାନ କେନ୍ଦ୍ରର ଭୋଟ୍ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବାବେଳେ ଅନ୍ୟ ଦୁଇଟିର ସୁରକ୍ଷିତ ରହିଛି। ଅଗ୍ନିଶମବାହିନୀ କର୍ମଚାରୀ ମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇସାରିଥିଲା।  ଦୁର୍ଘଟଣାରେ ସମସ୍ତ କର୍ମଚାରୀ ଏବଂ ବସ୍ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories