www.samajalive.in
Monday, December 8, 2025
24.1 C
Bhubaneswar

ପୋଖରୀରେ ବୁଡ଼ି ନାବାଳିକା ମୃତ

କଳାପଥର(ବାଙ୍କୀ): କଳାପଥର-ବୈଦ୍ୟେଶ୍ୱର ମୁଖ୍ୟ ରାସ୍ତାର ଜଗନ୍ନାଥପୁର ପଞ୍ଚାୟତ ଗେଟ୍‌ ସାମ୍ନାରେ ଥିବା ପାଟଣା ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ପ୍ରାୟ ୧୦ଟା ସମୟରେ ଗାଧୋଇବାବେଳେ ପତନି ଗ୍ରାମର ଜଣେ ନାବାଳିକା ଅସାବଧାନତା କାରଣରୁ ବୁଡ଼ିଯାଇ ପ୍ରାଣ ହରାଇବା ଜଣାପଡ଼ିଛି। ଏହାକୁ ନେଇ ସଂପୃକ୍ତ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଖରାଛୁଟି ଯୋଗୁ ସ୍କୁଲ ଛୁଟିଥିବାରୁ ଆଜି ସକାଳେ କେତେକ ସହପାଠୀଙ୍କ ସହିତ ସୁଶାନ୍ତ କୁମାର ସାହୁଙ୍କ ଦୁଇ ଝିଅ ସହ ଆଉ କିଛି ପିଲା ସାଙ୍ଗ ହୋଇ ପତନି ଗାଁ ମୁଣ୍ଡ କେନ୍ଦୁପଲ୍ଲୀ ହାଇସ୍କୁଲ ନିକଟରେ ଥିବା ଏକ ପୁରାତନ ପାଟଣା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ବଡ଼ ଭଉଣୀ ପ୍ରିୟଦର୍ଶିନୀ ପୋଖରୀ କୂଳରେ ବସି ଗାଧୋଉଥିବାବେଳେ ସାନ ଭଉଣୀ ମୃତ ଦିବ୍ୟଦର୍ଶିନୀ ପୋଖରୀ ଭିତରେ କିଛି ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ତେବେ ପିଲାମାନେ ସାଥିହୋଇ ପାଣି ଭିତରେ ଖେଳୁଥିବାବେଳେ ଧୀରେ ଧୀରେ ଦିବ୍ୟଦର୍ଶିନୀଙ୍କ ଗୋଡ଼ ଖସିଯିବାରୁ ଅକସ୍ମାତ୍ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ବୁଡି ଯାଇଥିବା ଜାଣି ଅନ୍ୟ ସାଙ୍ଗ ଓ ତାଙ୍କ ବଡ ଭଉଣୀ ପାଖକୁ ଯାଇ ତାର ହାତଧରି ଟାଣିବାକୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହେବାରୁ ସମସ୍ତେ ଭୟରେ ଘରକୁ ଯାଇ ଏ ବିଷୟରେ ଜଣାଇଥିଲେ। ହେଲେ ଘରେ କେହି ପୁରୁଷ ଲୋକ ନଥିବାବେଳେ ସାହି ପଡ଼ିଶାଙ୍କୁ ଡାକି ପୋଖରୀ ନିକଟରେ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି। ଗ୍ରାମବାସୀ ଓ କଳାପଥର ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସହାୟତାରେ ପାଣିରୁ ଦିବ୍ୟ ଦର୍ଶିନୀଙ୍କୁ ଉଦ୍ଧାର କରିବା ପରେ ତୁରନ୍ତ ସ୍ଥାନୀୟ କଳାପଥର ଡାକ୍ତରଖାନକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ପ୍ରମୋଦ ସେଠୀ। ପରେ ବାଙ୍କୀ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ଅପରାହ୍ନରେ ପତନି ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories