www.samajalive.in
Monday, December 8, 2025
27.1 C
Bhubaneswar

ସଲମାନଙ୍କ ଘର ବାହାରେ ଗୁଳି ଚାଳନା ମାମଲା; ପୁଲିସ କବ୍‌ଜାରେ ୫ମ ଅଭିଯୁକ୍ତ

ମୁମ୍ୱଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ମାମଲାରେ ୫ମ ଅଭିଯୁକ୍ତ ଗିରଫ ହୋଇଛି। ମଙ୍ଗଳବାର ଏହି ମାମଲାରେ ୫ମ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ମୁମ୍ୱଇର କ୍ରାଇମବ୍ରାଞ୍ଚ ଟିମ୍। ମିଳିଥିବା ସୂଚନା ମୁତାବକ, ଗିରଫ ବ୍ୟକ୍ତି ଜଣକ ସଲମାନଙ୍କ ଘର ବାହାରେ ଗୁଳି ଚାଳନା କରିଥିବା ସୁଟର୍‌ମାନଙ୍କୁ ସାହାଯ୍ୟ କରିଥିଲା। ଗିରଫ ଅଭିଯୁକ୍ତର ନାମ ମହମ୍ମଦ ଚୌଧରୀ ବୋଲି ଜଣାପଡ଼ିଛି।

ଗଣିତରେ ୨୦୦ରୁ ୨୧୨ ନମ୍ବର, ରିପୋର୍ଟ କାର୍ଡ ଭାଇରାଲ

 

- Advertisement -

ଏପ୍ରିଲ ୧୪ ତାରିଖ ସକାଳେ ବଲିଓଡ଼୍‌ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଦୁଇ ଜଣ ସୁଟର୍‌ ବାଇକ୍‌ରେ ଆସି ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ସେଥିରୁ ଗୋଟିଏ ଗୁଳି ସଲମାନଙ୍କ କାନ୍ଥରେ ବାଜିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଏହି ଆକ୍ରମଣ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଏହି ମାମଲା ଦିନକୁ ଦିନ ମାମଲା ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଜେଲରେ ଆତ୍ମହତ୍ୟା କରିଛି। କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ଖଣ୍ଡନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories