www.samajalive.in
Monday, December 8, 2025
27.1 C
Bhubaneswar

ବିଜେଡି ଓ ବିଜେପିରେ ଚାଲିଛି ଅସନ୍ତୁଷ୍ଟଙ୍କ ମାନଭଞ୍ଜନ; ବଳ ଗୋଟାଉଛି କଂଗ୍ରେସ

ରେଙ୍ଗାଲି: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ବିଜେପି ଏବଂ କଂଗ୍ରେସ ଦଳର ରାଜ​‌ନୈତିକ ତତ୍ପରତା ସେତିକି ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ୩ଦଳର ପ୍ରାର୍ଥୀ ଧୁମଧାମରେ ଶକ୍ତି ପ୍ରଦର୍ଶନ ସହ ନାମାଙ୍କନପତ୍ର ଦାଖଲ କରି ସାରିଛନ୍ତି। ରାଜ୍ୟରେ ଶକ୍ତଶାଳୀ ଦଳ ବୋଲି କୁହାଯାଉଥିବା ବିଜେଡି ଦଳରେ ଦୀର୍ଘ ଦିନରୁ ରହିଆସିଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ସହିତ ଛୋଟବଡ ସବୁ ଗୋଷ୍ଠୀଙ୍କ ମନେଇ ବୁଝେଇ ଏକଜୁଟ କରିବା ଏବଂ ଅସନ୍ତୁଷ୍ଠଙ୍କ ମାନଭଞ୍ଜନ କରିବା ପ୍ରକ୍ରିୟା ଜୋର୍ ସୋରରେ ଚାଲିଛି।

ପରସ୍ପର ଗୋଷ୍ଠୀ ମଧ୍ୟରେ ଥିବା ମନମନାନ୍ତରକୁ ଭୁଲି ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ସମସ୍ତେ ସଙ୍କଳ୍ପ ନେବାକୁ ଛାମୁଆଁନେତା ମାନେ ଗାଁ ଗାଁ ବୁଲି କସରତ ଜାରି ରଖିଛନ୍ତି। ଜୋନ୍ ଓ୍ୱାରୀ ୮/୧୦ ଜଣ ଛାମୁଆଁ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରତି ପଞ୍ଚାୟତରେ ମଧ୍ୟ ଅନୁରୂପ ଭାବରେ ଛାମୁଆଁ ନେତାଙ୍କୁ ପଞ୍ଚାୟତ ଓ ଗ୍ରାମ ଦାୟିତ୍ୱ ଦିଆଯାଇଥିବା ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣାପଡିଛି।

- Advertisement -

ବିଜେଡି ଭଳି ବିଜେପିରେ ମଧ୍ୟ ପୁରୁଣା ଜିଲା ଏବଂ ବ୍ଳକ୍ କର୍ମକର୍ତ୍ତା, ଛାମୁଆ ନେତା ଅଭିମାନ କରି ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖୁଥିବାର ଦେଖିବାକୁ ମିଳୁଛି। ଏଭଲି ନେତା ଓ କର୍ମୀମାନଙ୍କ ମାନଭଞ୍ଜନ କରିବା ପାଇଁ ଦଳ ର ନେତା ମାନେ ଜୋରଦାର କାସରତ ଜାରି ରଖିଥିବା ବେଳେ ମାନ ଅଭିମାନ କୁ ଭୂଲି ସମସ୍ତ ନେତା ଓ କର୍ମୀ ଏକଜୁଟ ହୋଇ ଦଳିୟ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ସଙ୍କଳ୍ପବଦ୍ଧ ହେବାକୁ ଜୋରଦାର୍ ପ୍ରୟାସ ଚାଲିଛି।

ବିଜେଡି ଭଲି ବିଜେପି ପକ୍ଷରୁ ମଧ୍ୟ ପ୍ରତି ପଞ୍ଚାୟତ ଏବଂ କିଲା ପରିଷଦ ଜୋନ୍ ର ନିର୍ବାଚନ ପରିଚାଳନା ଏବଂ ଅସନ୍ତୁଷ୍ଟଙ୍କ ମନେଇବା ପାଇଁ ରଣନୀତି ପ୍ରସ୍ତୁତ କରି ଛାମୁଆଁ ନେତାଙ୍କୁ ଦାୟତ୍ୱ ଦିଆଯାଇଥିବାର ଜଣାପଡିଛି। ଅପର ପକ୍ଷରେ ବିଗତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା କଂଗ୍ରେସ ଏଥର ନିର୍ବାଚନରେ ବିଜେଡି ବିଜେପିକୁ କଡା ଟକ୍କର ଦେବାକୁ ପୁରାଦମରେ ବଳ ଗୋଟାଇବାରେ ଲାଗିଛି।

ନବ ଦାସ କଂଗ୍ରେସ ଛାଡି ବିଜେଡି ଦଳରେ ଅନୁଗତମାନଙ୍କୁ ସାଙ୍ଗରେ ନେଇ ଗଲା ପରେ କଂଗ୍ରେସ ଏହି ନିର୍ବାଚନ ମଣ୍ଡଳିରେ ଦୁର୍ବଳ ହୋଇ ଯାଇଥିବା ବେଳେ ବିଜେଡିରୁ ଇସ୍ତାଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଲାପରେ କଂଗ୍ରେସ ଟିକେଟରୁ ପ୍ରତିଦ୍ୱନ୍ଦିତା କରୁଥିବା ଇଂ ଦିଲ୍ଲୀପ ଦୁରିଆ କଂଗ୍ରେସ ସଙ୍ଗଠନକୁ ସଜାଡିବା ସହିତ ଜୋରଦାର ଜନ ସମ୍ପର୍କ ଅଭିଯାନ ଚଳାଇ କଂଗ୍ରେସ କର୍ମୀ ଓ ସମର୍ଥକମାନଙ୍କୁ ଏକଜୁଟ ପାଇଁ ଜୋରଦାର୍ କସରତ ଜାରି ରଖିଛନ୍ତି। ଉଭୟ ଦଳ ଗୋଷ୍ଠିୀକନ୍ଦଳ ଏବଂ ଅସନ୍ତୁଷ୍ଟ ନେତାଙ୍କ ମାନଭଞ୍ଜନରେ କେତେ ସଫଳ ହେବେ ନିର୍ବାଚନ ଫଳାଫଳରୁ ତାହା ସ୍ପଷ୍ଟ ହେବ।
ଏହି ୩ ପ୍ରମୁଖ ଦଳରେ ମିଶ୍ରଣ ପର୍ବ ପ୍ରତିଯୋଗିତା ଚାଲିଛି। ବିଗତ ନିର୍ବାଚନରେ ବିଜେଡି ଏବଂ ବିଜେପି ଦଳରେ ମୁଖ୍ୟତଃ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିଲା। କିନ୍ତୁ ଏଥର ନିର୍ବାଚନ କଂଗ୍ରେସ ଦଳର ମିଶ୍ରଣ ପର୍ବରେ ମଧ୍ୟ ଅନ୍ୟ ଦଳର ନେତା କର୍ମୀ ଆସି କଂଗ୍ରେସରେ ଯୋଗ ଦେଇଥିବା ଦେଖିବାକୁ ମିଳୁଛି। ଏସବୁ ଘଟଣାକୁ ଅନୁଧ୍ୟାନ କଲେ ଏଥର ନିର୍ବାଚନ ବିଜେଡି, ବିଜେପି ଏବଂ କଂଗ୍ରେସ ୩ ଦଳ ମଧ୍ୟରେ କଡା ଟକ୍କର ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories