www.samajalive.in
Monday, December 8, 2025
17.1 C
Bhubaneswar

ଜେଏମ୍‍ଏମ୍‍ ପକ୍ଷରୁ କୁଶ ପୁତଳିକା ଦାହ

ବଡ଼ସାହି : ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଯୁବ ଓ ଛାତ୍ର ଶାଖା ପକ୍ଷରୁ କର୍ମୀମାନେ ବଡ଼ସାହି ବଜାରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ପାଇଁ ଦଳ ପକ୍ଷରୁ ସପ୍ତାହ ବ୍ୟାପୀ ଜିଲାର ସମସ୍ତ ବ୍ଲକ ସଦର ମହକୁମାରେ ଆୟେଜିତ କାର୍ଯ୍ୟକ୍ରମ ସ୍ୱରୁପ ପ୍ରତିବାଦ କରାଯାଉଛି। ଜିଲାର ପ୍ରମୁଖ ସମସ୍ୟା ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଆଦିକୁ ନେଇ ଜେଏମ୍‍ଏମ୍‍ ର ଜିଲା ଛାତ୍ର ସଭାପତି ଧନଞ୍ଜୟ ସାହୁଙ୍କ ନେତୃତ୍ୱରେ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ କଟୁ ସମାଲୋଚନା କରିବା ସହ ସ୍ଳେଗାନ ଦେଇଥିଲେ। ଆଗାମୀ ଦିନରେ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଛାତ୍ର ଉପସଭାପତି ଦୀନେଶ ସାହୁ, ସମ୍ପାଦକ ବିଶ୍ୱଜିତ ବାରିକ, ବଡ଼ସାହି ବ୍ଳକ ଛାତ୍ର ସଭାପତି ରାଜୀବ ବେହେରା, ରାଜେଶ ରୋଶନ ସେଠୀ, ଅମରେଶ ମହାକୁଡ ଓ ଅନିକେତ ସାତୁଆ ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories