www.samajalive.in
Sunday, December 7, 2025
15.1 C
Bhubaneswar

ମୋବାଇଲ ଛିନତାଇ ଘଟଣାରେ ୩ ଗିରଫ, ୫ ମୋବାଇଲ ସମେତ ବାଇକ ଜବତ

ଖୁଣ୍ଟା – ଖୁଣ୍ଟା ପୁଲିସ ଏକ ମୋବାଇଲ ଛିନତାଇ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୫ ଗୋଟି ଏଣ୍ଡ୍ରୋଏଡ ମୋବାଇଲ ଓ ଛିନତାଇରେ ବ୍ୟବହୃତ ଗୋଟିଏ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୁଣା ବାରିପଦାର ସୁଶାନ୍ତ ନାୟକ ଓରଫ କାଳୁ(୨୫), ନିତ୍ୟାନନ୍ଦ ଦେହୁରୀ(୨୫) ଓ ଏସକେ ରାଜୁ(୪୦)। ଅଭିଯୋଗ ଅନୁସାରେ ଉଦଳା ଥାନା ପଦ୍ମପୁର ଅଞ୍ଚଳର ସଦନ କୁମାର କିସ୍କୁ ଗତ ୨୦୨୩ ମସିହା ଡିସେମ୍ବର ୧ ତାରିଖ ସନ୍ଧ୍ୟା ସମୟରେ ନହରା ବାଟ ଦେଇ ସମ୍ପର୍କୀୟ ଘରକୁ ସାଇକେଲରେ ଯାଉଥିଲେ। ନହରା ଛକରେ ସୁଶାନ୍ତ ଓ ନିତ୍ୟାନନ୍ଦ ଏକ ପ୍ଲାଟିନା ବାଇକରେ ପହଞ୍ଚି ସଦନଙ୍କୁ ରୋକିବା ସହ ତାଙ୍କ ମୋବାଇଲ ଫୋନ ଛିନତାଇ କରିଥିଲେ । ସେହିଦିନ ଉକ୍ତ ଘଟଣା ବାବଦରେ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ଖୁଣ୍ଟା ଆଇଆଇସି ସୁଜାତା ଖମାରୀଙ୍କ ତତ୍ତ୍ୱାବଧାନରେ ପୁଲିସ ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ଥିବା ସୁଶାନ୍ତ ଓ ନିତ୍ୟନନ୍ଦକୁ ଗିରଫ କରିଥିବା ବେଳେ ଛିନତାଇ ପାଇଁ ବାଇକ ଦେଇଥିବା ଓ ଉକ୍ତ ମୋବାଇଲ ରଖିଥିବା ଅଭିଯୋଗରେ ଏସକେ ରାଜୁକୁ ଗିରଫ କରାଯାଇଛି। ତଦନ୍ତ ବେଳେ ଅନ୍ୟାନ୍ୟ ସ୍ଥାନରୁ ଚୋରି କରାଯାଇଥିବା ୨ଗୋଟି ସାମସଙ୍ଗ, ୨ ଗୋଟି ଅପୋ ଓ ଗୋଟିଏ ଭିଭୋ ମୋବାଇଲ ଜବତ କରାଯାଇଥିଲା। ବୁଧବାର ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories