www.samajalive.in
Sunday, December 7, 2025
13.1 C
Bhubaneswar

ବିଜେଡିର ପ୍ରାର୍ଥୀ ଭାବରେ ବୌଦ୍ଧରୁ ପ୍ରଦୀପ ଅମାତ ଓ କଣ୍ଟାମାଳରୁ ମହୀଧର ରଣାଙ୍କ ନାମାଙ୍କନପତ୍ର ଦାଖଲ 

ବୌଦ୍ଧ: ବିଜେଡିର ବିଧାୟକ ପ୍ରାର୍ଥୀ ଭାବରେ ବୌଦ୍ଧରୁ ଶାସକ ଦଳର ହେଭିୱେଟ ନେତା ତଥା ବରିଷ୍ଠ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ କଣ୍ଟାମାଳ ପାଇଁ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବୌଦ୍ଧ ରଘୁନାଥ ମନ୍ଦିରଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୦ ହଜାରରୁ ଉଦ୍ଧ୍ୱର୍ ସମର୍ଥକ ନେତା ଓ କର୍ମୀଙ୍କ ଗହଣରେ ସହର ପରିକ୍ରମା କରିବାପରେ ଉଭୟ ନେତା ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଫିସର ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ନିକଟରେ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବରିଷ୍ଠ ଆଇନଜିବୀ ପୃଥ୍ୱୀରାଜ ମେହେର,ଅଶୋକ କୁମାର ସାହୁ,ଅମ୍ରିତ ପ୍ରଧାନ ଓ ଶିତାଂଶୁ କୁମାର ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ନିକଟରେ ବିଧାୟକ ମହୀଧର ରଣା ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଆଇନଜିବୀ ପୃଥ୍ୱୀରାଜ ମେହେର,ପ୍ରଶାନ୍ତ ରଣା,ପ୍ରେମରାଜ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ନତା ନାମାଙ୍କନପତ୍ର ଦାଖଲ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ତଥା ଜିଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଯୋଗୁଁ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପ୍ରକାଶ କରିଥିଲେ।

- Advertisement -

ପ୍ରକାଶଥାଉକି ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ଶ୍ରୀଅମାତ ଷଷ୍ଠଥର ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରୁଥିବାବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ତୃତୀୟଥର ପାଇଁ ଶ୍ରୀରଣା ବିଧାୟକ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଳାଇଛନ୍ତି। ତେଣୁ ଏଥର ନିର୍ବାଚନ ମଇଦାନରେ ଜଣେ ନେତା ଡବଲ ହେଟ୍ରିକ୍ ଓ ଅନ୍ୟଜଣେ ହେଟ୍ରିକ୍ ଅପେକ୍ଷାରେ ଥିବାବେଳେ ଭୋଟର କାହାପ୍ରତି ଆଶିର୍ବାଦ କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ।

ବିଜେଡିର ନିର୍ବାଚନୀ ନାମାଙ୍କନ ଶୋଭାଯାତ୍ରାରେ ସାଂସଦପ୍ରାର୍ଥୀ ଡଃ. ଅଚ୍ୟୁତାନନ୍ଦ ସାମିଲ ହୋଇ ଉଭୟ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇବା ପରେ ଅନ୍ୟ ନିର୍ବାଚନୀ କାର୍ଯ୍ୟକ୍ରମ ଯୋଗୁଁ ଚାଲିଯାଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର.ଜିଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,ବୌଦ୍ଧ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିତରଂଜନ କର୍ଣ୍ଣ,କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୁବୋଧ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ସମସ୍ତ ଜିଲାପରିଷଦ ସଦସ୍ୟ,ବୌଦ୍ଧ ଏନଏସି କାଉନସିଲ ସଦସ୍ୟ ସଦସ୍ୟା,ବହୁ ସଂଖ୍ୟାରେ ସରପଞ୍ଚ,ସମିତିସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଦସ୍ୟ, ଯୁବ ବିଜେଡି,ଛାତ୍ର ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀ,ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଓ କର୍ମୀ ସମାିଲ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories