www.samajalive.in
Monday, December 8, 2025
27.1 C
Bhubaneswar

ନାବାଳିକାକୁ ବଳାତ୍କାର ମାମଲା: ଆରଜେଡି ବିଧାୟକ ରାଜବଲ୍ଲଭଙ୍କୁ ଆଜୀବନ ଜେଲ

ପାଟନା : ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନିଲମ୍ବିତ ବିଧାୟକ ରାଜବଲ୍ଲଭ ଯାଦବ ଓ ଅଭିଯୁକ୍ତା ସୁଲେଖା ଦେବୀଙ୍କୁ ପାଟନାର ଏକ ଏମ୍‍ଏଲ୍‍ଏ-ଏମ୍‍ପି କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଉଭୟଙ୍କୁ ଯଥାକ୍ରମେ ୫ ହଜାର ଓ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଏହି ମାମଲାର ଅନ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟ ୧୦ ବର୍ଷ ଲେଖାଏଁ କାରଦଣ୍ଡ ଶୁଣାଇଛନ୍ତି।
୨୦୧୬ରେ ରାଜବଲ୍ଲଭ ନିଶାସକ୍ତ ଅବସ୍ଥାରେ ଜଣେ ନାବାଳିକାକୁ ବଳାତ୍କାର କରିଥିଲେ। ପୀଡ଼ିତା ଅଭିଯୋଗ କରିଥିଲା ଯେ ସୁଲେଖା ଦେବୀ ନାମକ ମହିଳା ଜନ୍ମଦିନ ଉତ୍ସବରେ ତାକୁ ଏକ ଅଜଣା ସ୍ଥାନକୁ ନେଇଯାଇଥିଲା। ସେଠାରେ ତାକୁ ଜବରଦସ୍ତ ମଦ ପିଆଇ ରାଜବଲ୍ଲଭଙ୍କୁ ସମର୍ପି ଦିଆଯାଇଥିଲା। ରାଜବଲ୍ଲଭ ତା ସହ ବଳାତ୍କାର କରିଥିଲେ। ଚଳିତ ବର୍ଷ ଡିସେମ୍ବର ୧୫ରୁ ପାଟନାର ଏମ୍‍ଏଏଲ୍‍ ଓ ଏମ୍‍ପି କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। କୋର୍ଟ ଶୁକ୍ରବାର ଆଇପିସି ଧାରା ୩୭୬, ପୋସ୍କୋ ଆଇନ୍‍ ଧାରା ୪ ଏବଂ ୮ରେ ରାଜବଲ୍ଲଭଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲାବେଳେ ସୁଲେଖା ଦେବୀଙ୍କୁ ଆଇପିସି ଧାରା ୧୦୯, ୧୨୦(ଖ), ୩୭୬ ଏବଂ ପୋସ୍କୋ ଆଇନର ଧାରା ୪ ଏବଂ ୫ରେ ଦୋଷୀ ସାବ୍ୟକ୍ତ କରିଛନ୍ତି। ଏମାନଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଦୋଷୀଙ୍କୁ ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ରାୟ ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories