www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଚାର ମଇଦାନରେ ନବୀନ: କହିଲେ ହିଞ୍ଜିଳିରୁ ଆରମ୍ଭ ହେବ ବିଜୟ ଅଭିଯାନ

ହିଞ୍ଜିଳି: ଆଜିଠୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମରଝୋଳଠାରେ ବିଶାଳ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ସାଢେ ୪କୋଟି ଓଡ଼ିଆ ମୋ ପରିବାର, ସେମାନଙ୍କ ପାଇଁ କାମ କରିଚାଲିଛି ଏବଂ ଶେଷ ଯାଏଁ କରିବି। ହିଞ୍ଜିଳିରୁ କ୍ରମାଗତ ୬ଷ୍ଠ ଥର ଲଢୁଥିବାରୁ ଆପଣଙ୍କ ସ୍ନେହ, ସହଯୋଗ ପାଇଁ ଚିର ଋଣୀ ବୋଲି କହିଛନ୍ତି ନବୀନ। ଏଥର ମଧ୍ୟ ହିଞ୍ଜିଳିରୁ ବିଜୟ ଯାତ୍ରା ଆରମ୍ଭ ହେବ ବୋଲି ନବୀନ କହିଛନ୍ତି। ୭୦ଲକ୍ଷ ମା’ମାନଙ୍କୁ ମିଶନଶକ୍ତି ଜରିଆରେ ସଶକ୍ତ କରାଯାଇଛି। ମହିଳାଙ୍କ ବିକାଶ ଦ୍ୱାରା ରାଜ୍ୟର ବିକାଶ ହୋଇଛି। ମାଙ୍କୁ ଅଗ୍ରାଧିକାର ଦେବାରେ ବିଜେଡି ୧ନଂ ହୋଇଛି। ୨୦୨୪ରୁ ୩୪ ଯାଏ ଯୁବଶକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ ହେବ। ଆସିବ ଯୁବ ବଜେଟ। ଏଥର ଯୋଡି ଶଙ୍ଖ ବିକାଶର ପରିଚୟ। ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ବିଜୟୀ ହେବ। ମଞ୍ଚରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ନବୀନ। ବିକାଶକୁ ବିରୋଧ କରିଥିବା ନେତା କେବେ ସଫଳ ହୋଇନାହାଁନ୍ତି। ସେମାନେ ମିଥ୍ୟା ଅପପ୍ରଚାର କରିଚାଲିଛନ୍ତି। ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ଚେହେରା ଜାଣିଛନ୍ତି। ବିଜେଡି ଚଳିତ ନିର୍ବାଚନରେ ବିପୁଳ ପରିମାଣରେ ବିଜୟ ହାସଲ କରିବ।

 

- Advertisement -

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories