www.samajalive.in
Tuesday, December 9, 2025
16.1 C
Bhubaneswar

ମୁକ୍ତିଲାଭ କଲା ‘ଜିରୋ’ : ପରଦା ବିତରଣରେ ବର୍ଷର ତୃତୀୟ ବଡ଼ ଚଳଚ୍ଚିତ୍ର

ମୁମ୍ବଇ : ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’ ଶୁକ୍ରବାର ମୁକ୍ତିଲାଭ କରିଛି। ଏହା ବର୍ଷର ସବୁଠାରୁ ବଡ଼ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଗୋଟିଏ। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରାୟ ୬ବର୍ଷ ପରେ ଶାହାରୁଖ୍‍ ଖାନ, କ୍ୟାଟ୍ରିନା କୈଫ୍‍ ଓ ଅନୁଷ୍କା ଶର୍ମାଙ୍କୁ ଏକାଠି ଗୋଟିଏ ପରଦାରେ ଦେଖିବାକୁ ମିଳିଛି। ତିନିଜଣଙ୍କୁ ଭିନ୍ନଭିନ୍ନ ବେଶ୍‍ ଆକର୍ଷଣୀୟ ଭୂମିକାରେ ଦେଖିବାକୁ ମିଳିବ। ଅମିର ଓ ସଲମାନଙ୍କ ପରେ ଶାହାରୁଖଙ୍କ ଏହି ଚଳଚ୍ଚିତ୍ର ପରଦା ବିତରଣ ହିସାବରେ ବର୍ଷ ୨୦୧୮ର ତୃତୀୟ ସବୁଠାରୁ ବଡ ଚଳଚ୍ଚିତ୍ର ପାଲଟିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ୱିଟ୍‍ ଅନୁସାରେ, ‘ଜିରୋ’କୁ ଭାରତରେ ୪୩୮୦ ପରଦାରେ ରିଲିଜ୍‍ କରାଯାଇଛି। ସେହିପରି ଦେଶ ବାହାରେ ଏହି ଚଳଚ୍ଚିତ୍ରକୁ ୧୫୮୫ ପରଦାରେ ରିଲିଜ୍‍ କରାଯାଇଛି। ତେଣୁ ମୋଟ୍‍ ଉପରେ ବିଶ୍ୱର ୫୯୬୫ଟି ପରଦାରେ ଏହି ଚଳଚ୍ଚିତ୍ରକୁ ପ୍ରତିଦିନ ଦର୍ଶକ ଦେଖି ପାରିବେ।
ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଶାହାରୁଖଙ୍କୁ ଜଣେ ବାମନ ଅବତାରରେ ଦେଖିବାକୁ ମିଳିଛି। ସେହିପରି ଅନୁଷ୍କା ସେରେବ୍ରଲ୍‍ ପାଲ୍‍ସି ରୋଗରେ ପୀଡ଼ିତ ଜଣେ ମହିଳା ବୈଜ୍ଞାନିକ ଭୂମିକାରେ ଅଭିନୟ କରିଥିବା ବେଳେ କ୍ୟାଟ୍ରିନା ନିଶା ସେବନ ଅଭ୍ୟାସରୁ ନିଜକୁ ମୁକ୍ତ କରିବା ପାଇଁ ଖୁବ୍‍ ଚେଷ୍ଟାରତ ଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories