www.samajalive.in
Tuesday, December 9, 2025
16.1 C
Bhubaneswar

ଔଷଧ ଦୋକାନରୁ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

କଲମପୁର: କଲମପୁର ମୁଖ୍ୟ ବଜାରରେ ଥିବା ଶ୍ରୀରାମ ମେଡିକାଲ ଷ୍ଟୋରରୁ କେହି ଦୁର୍ବୃତ୍ତ ତାଲା କାଟି ଚୋରି କରିନେଇଥିବା ନେଇ ସୋମବାର କଲମପୁର ପୁଲିସ ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଲିକ। ଏପରିକି ଚୋରିର ଦୃଶ୍ୟ ସବୁ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁସାରେ, କଲମପୁର ମୁଖ୍ୟ ବଜାରରେ ଥିବା ଶ୍ରୀରାମ ମେଡିକାଲ ଷ୍ଟୋରରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ତାଲା କାଟି ଦୋକାନରେ ଥିବା କିଛି ଟଙ୍କା ଚୋରି କରିନେଇଥିବା ନେଇ କଲମପୁର ଥାନାରେ ଦୋକାନ ମାଲିକ ବିଶ୍ୱ ରଞ୍ଜନ ପଣ୍ଡା ଅଭିଯୋଗ କରିଛନ୍ତି। ତେବେ ଉକ୍ତ ଚୋରି ଦୃଶ୍ୟ ମଧ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ଭୋର ୩ଟାରୁ ସାଢେ ୩ଟା ମଧ୍ୟରେ ଏହି ଚୋରି ହୋଇଥିବା ଜଣାପଡୁଛି। ଦୋକାନରୁ କଣ ଚୋରି ହୋଇଛି ସେନେଇ କିଛି ସୂଚନା ମଳିପାରି ନାହିଁ। ଅନ୍ୟପଟେ ଚୋରି ଘଟଣା ନେଇ କଲମପୁର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସ.ଆଇ ଡୋଳାମଣି ବିଶି ଘଟଣା ସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରୁଛନ୍ତି। ଉକ୍ତ ଦୋକାନ ନିକଟରେ ରୀତିମତ ରାତ୍ରୀକାଳୀନ ପୁଲିସ ପହରା ରହିଥାଏ। କିଛି ଗୃହରକ୍ଷୀ ରହିଥାନ୍ତି। ଏଭଳି ସୁରକ୍ଷା ମଧ୍ୟରେ କେଉଁ ସାହସରେ ଦୁର୍ବୃତ୍ତ ଚୋରି କଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ନିକଟରେ କଲମପୁର ଡାକ ଘର ନିକଟରୁ ସ୍ପଷ୍ଟ ଦିବାଲୋକରେ ବାଇକ ଚୋରି ହୋଇସାରିଛି। ଏନେଇ କଲମପୁର ପୁଲିସ ଥାନାରେ ଅଭିଯୋଗ କରାଯାଇଛି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କଲମପୁର ପୁଲିସ ପକ୍ଷରୁ କୌଣସି ସନ୍ଧାନ ନିଆଯାଇ ନାହିଁ। ନୂତନ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ଯୋଗ ଦେବା ପରେ ଅଂଚଳରେ ଶାନ୍ତି ଶୃଙ୍ଖଳା ରହିବା ନେଇ ଆଶାବାଦୀ ଥିଲେ। କିନ୍ତୁ ଗୋଟିଏ ପରେ ଗୋଟିଏ ଅସାମାଜିକ ଘଟଣା ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହେବା ନେଇ ଆଶଙ୍କା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories