www.samajalive.in
Monday, December 8, 2025
17.1 C
Bhubaneswar

ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ଦିଲ୍ଲୀ : ଆଇପିଏଲ୍ ମହାସମର । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ରହିଛି।  ଦୁଇ ଦଳ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ୬ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ୨ଟି ପରାଜିତ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଋଷଭ ପନ୍ତ୍‌ଙ୍କ ନେତୃ୍ତ୍ବାଧିନ ଦିଲ୍ଲୀ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ ବୃହତ ବିଜୟ ହାସଲ କରିଥିଲା। ବୋଲିଂରେ ଖଲିଲ ଅହମ୍ମଦ, ସିନିୟର ଦ୍ରୁତ ବୋଲର ଇଶାନ୍ତ ଶର୍ମା,ମୁକେଶ କୁମାରଙ୍କ ସହ କୁଳଦୀପ୍‌ ଯାଦବ ଭଲ ବୋଲିଂ କରୁଛନ୍ତି। ଏହାଛଡ଼ା ଅକ୍ଷର ପଟେଲ ଓ ତ୍ରିଷ୍ଠାନ ଷ୍ଟବ୍‌ସ ମଧ୍ୟ ବୋଲିଂରେ ସଫଳ ହେଉଛନ୍ତି। ଖଲିଲ ପାୱାର ପ୍ଲେ ଓଭରରେ ପ୍ରଥମରୁ ୱିକେଟ ନେବା ସହିତ ବିପକ୍ଷ ଦଳ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି। ସେ ଏପର୍ଯ୍ୟନ୍ତ ୧୦ଟି ୱିକେଟ ମଧ୍ୟ ନେଇଛନ୍ତି। ଇଶାନ୍ତ ଅଭିଜ୍ଞତାର ଫାଇଦା ଉଠାଉଛନ୍ତି। କୁଳଦୀପ୍‌ ବିପକ୍ଷ ଦଳ ପାଇଁ ଚିନ୍ତାର ବିଷୟ ହେଉଛନ୍ତି। ବୋଲିଂ ବିଭାଗରେ ଦଳ ବହୁତ ଭଲ ରହିଛି। ବ୍ୟାଟିଂ ଫର୍ମରେ ଥିବା ସନରାଇଜର୍ସକୁ ରୋକିବା ଏବେ ଦିଲ୍ଲୀ ବୋଲରଙ୍କ ପାଇଁ ଆହ୍ବାନ ହୋଇଛି। ବ୍ୟାଟିଂରେ ପୃଥ୍ବୀ ସହ ଫର୍ମରେ ରହିବା ସହିତ ପ୍ରତି ମ୍ୟାଚରେ ରନ କରୁଛନ୍ତି। ଏହାବାଦ୍‌ ଜ୍ୟାକ ଫ୍ରେଜର ମାକଗୁକ୍‌ ମଧ୍ୟ ଓପନିଂରେ ରନ କରୁଥିବାବେଳେ ସାଇ ହୋପ୍‌, ଅଭିଷେକ ପୋରେଲ, ଋଷଭ ପନ୍ତ୍‌, ସୁମି୍ତ କୁମାର ଓ ତ୍ରିଷ୍ଠାନ ଷ୍ଟବ୍‌ସ ରହିଛନ୍ତି। ପନ୍ତ୍‌ ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଡେଭିଡ୍‌ ୱାର୍ଣ୍ଣର ଗୁଜରାଟ ବିପକ୍ଷ ମ୍ୟାଚରେ ଖେଳିନଥିଲେ। ସନରାଇଜର୍ସ ବିପକ୍ଷରେ ଖେଳିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି ହାଇଦରାବାଦ୍‌। ଦଳ ୬ଟି ମ୍ୟାଚ ମଧ୍ୟରୁ ୨ଥର ୨୫୦ରୁ ଅଧିକ ସ୍କୋର କରିଛି। ବ୍ୟାଟିଂ ବିଭାଗରେ ହେନରିଚ କ୍ଲାସେନ, ଟ୍ରେଭିସ ହେଡ୍‌,ଆଇଡାନ ମାର୍କରାମ, ଅଭିଷେକ ଶର୍ମାଙ୍କ ସହ ଅବଦୁଲ ସାମଦ ରହିଛନ୍ତି। ହେଡ୍‌ ଶେଷ ମ୍ୟାଚରେ ବେଙ୍ଗାଲୁରୁ ବିପକ୍ଷରେ ୧୦୨ରନ କରିଥିଲେ। କ୍ଲାସେନ ଏପର୍ଯ୍ୟନ୍ତ ୨୫୩, ହେଡ୍‌ ୨୩୫ ଓ ଅଭିଷେକ ଶର୍ମା ୨୧୧ରନ କରିଛନ୍ତି। ହେଡ୍‌, କ୍ଲାସେନ ଓ ଅଭିଷେକଙ୍କୁ ରୋକିବା ଦିଲ୍ଲୀ ବୋଲରଙ୍କ ପାଇଁ ଆହ୍ବାନ ହେବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories