www.samajalive.in
Monday, December 8, 2025
17.1 C
Bhubaneswar

ଗଛକୁ ଆଲିଙ୍ଗନ ପାଇଁ ଦେବାକୁ ପଡ଼ିବ ୧୫୦୦ ଟଙ୍କା! ଚର୍ଚ୍ଚାରେ କମ୍ପାନୀର ବିଜ୍ଞାପନ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘଦିନ ଧରି ଜନଗହଳିପୂର୍ଣ୍ଣ ସହରରେ ରହିବା ପରେ ଲୋକମାନେ ଏକ ଶାନ୍ତ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି। ଏପରିକି ଲୋକମାନେ ପାର୍କ କିମ୍ବା ବଗିଚାରେ ମଧ୍ୟ ବୁଲିବାକୁ ପସନ୍ଦ କରନ୍ତି। ବେଙ୍ଗାଲୁରୁରେ ଏକ ନୂଆ ବ୍ୟବସାୟ ଆରମ୍ଭ ହୋଇଛି, ଯାହା ଲୋକଙ୍କ ଏହି ଇଚ୍ଛାରୁ ଲାଭ ଉଠାଇବାକୁ ଚାହୁଁଛି। ‘ଦି ଟ୍ରୁଭ୍‌ ଏକ୍ସପେରିଏନ୍ସ’ ନାମକ କମ୍ପାନୀ ଏକ ବିଜ୍ଞାପନ ଦେଇଛି, ଯାହାକୁ ନେଇ କମ୍ପାନୀ ଏବେ ଚର୍ଚ୍ଚାରେ। ସାମାଜିକ ଗଣମାଧ୍ୟମରେ ଏବେ ଏକ ସ୍କ୍ରିନ୍‌ସଟ୍‌ ବେଶ୍‌ ଭାଇରାଲ ହେଉଛି। ଏଥିରେ ‘‘ଫରେଷ୍ଟ ବାଥିଙ୍ଗ୍‌ ଏକ୍ସପେରିଏନ୍ସ’’ର ଟିକେଟ୍‌ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ୍‌ ସ୍କ୍ରିନ୍‌ସଟ୍‌ ମୁତାବକ, ଏପ୍ରିଲ ୨୮ରେ ହେବାକୁ ଥିବା ଏହି ଖାସ୍‌ କାର୍ଯ୍ୟକ୍ରମ ପାଇଁ ଟିକେଟ୍‌ ବିକ୍ରି ହେଉଛି।

- Advertisement -

ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁର କବନ୍ ପାର୍କରେ ଆୟୋଜିତ ହେବ। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କ ମାନସିକ ଚାପ କମ୍ କରିବା ପାଇଁ ସେମାନଙ୍କୁ ସୁସ୍ଥ ପରିବେଶ ତଥା ପ୍ରକୃତି ସହ ଯୋଡ଼ିବା। ଏଥିରେ ଗଛକୁ ଆଲିଙ୍ଗନ କରିବା ମଧ୍ୟ ଅନ୍ତର୍ଭୁକ୍ତ। ଅର୍ଥାତ୍ ଗଛକୁ ଆଲିଙ୍ଗନ କରିବାକୁ ତଥା ପ୍ରାକୃତିକ ପରିବେଶରେ କିଛି ସମୟ ଅତିବାହିତ କରିବାକୁ ୧୫୦୦ ଟଙ୍କାର ଟିକେଟ୍‌ କରିବାକୁ ପଡ଼ିବ। ଲୋକଙ୍କୁ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ପାଇଁ ମୁକ୍ତି ଦେବା ଏହି କାର୍ଯ୍ୟକ୍ରମର ପ୍ରୟାସ ବୋଲି କୁହାଯାଇଛି। କିଛି ଲୋକ ଏହି କାର୍ଯ୍ୟକ୍ରମର ଟିକେଟ୍‌ ପାଇବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ନକଲି ତଥା ଠକେଇ ବୋଲି କହିଛନ୍ତି। ସେହିପରି ପ୍ରାଚୀନ ପରମ୍ପରାରୁ ପଇସା ରୋଜଗାର କରିବାର ଏହି ପ୍ରୟାସକୁ କେତେକ ଲୋକ ଭୁଲ୍‌ ବୋଲି କହିଛନ୍ତି।


ଏହି ପୋଷ୍ଟରେ ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘‘କବନ୍‌ ପାର୍କରେ ଘାସ ଛୁଇଁବା ଏବେ ବି ମାଗଣା ଅଛି।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘୧୮% ଜିଏସଟି ମଧ୍ୟ ଲାଗିପାରେ’’। ସେହିପରି ଆଉ ଜଣେ ଲେଖିଛନ୍ତି, ‘‘ଏହା ସମ୍ପୂର୍ଣ୍ଣ ଭାବେ ନକଲି।’’

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories