www.samajalive.in
Monday, December 8, 2025
20.1 C
Bhubaneswar

ଧରାପଡ଼ିଲା ୩ ବାଇକ ଚୋର ଗ୍ୟାଙ୍ଗ, ୪ ଚୋରା ବାଇକ ଉଦ୍ଧାର 

କଣ୍ଟାବାଞ୍ଜି: ଆଜି ସନ୍ଧ୍ୟାରେ କଣ୍ଟାବାଞ୍ଜି ପୁଲିସ ଏସଡ଼ିପି ଓ ଗୌରାଙ୍ଗ ଚରଣ ସାହୁ, ଏକ ଖବରଦାତା ସମ୍ମିଳନୀରେ ଏକ ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କରିଛନ୍ତି। ତୁରେକେଲା ଥାନା ଅଞ୍ଚଳରେ ଗତ ୧୩ଏପ୍ରିଲ ତାରିଖରେ ସେମଲା ଗାଁର ବ୍ୟବସାୟୀ ଖଗେଶ୍ୱର ମେହେର ତୁରେକେଲା ବଜାରକୁ ଆସି ନିଜ ବାଇକ ରଖି ଥିବା ବେଳେ, ତାଙ୍କର ବାଇକ ଚୋରି ହୋଇ ଯାଇଥିବା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଏକ ମାମଲା ରୁଜୁ ପରେ ଏକ ଟିମ ଗଠନ କରିଥିଲା। ଦୁଇଦିନ ମଧ୍ୟରେ ବାଇକ ଚୋର ଗ୍ୟାଙ୍ଗ ଧରିବାରେ ବଡ ସଫଳତା ହାସଲ କରିଥିଲା।
ଏହି ବାଇକ ଗ୍ୟାଙ୍ଗରେ କଣ୍ଟାବାଞ୍ଜି ଥାନା ଚଟୁ ଅନକା ଗାଁର ୩ ଜଣ ହିମାଂଶୁ ଓରଫ ଅଖତାର ପୁଟେଲ, ଯୋଗୀ ପୁଟେଲ, ବିଜୁ କାଣ୍ଡ କୁ ପୁଲିସ ଗିରଫ କରି ଥିବା ବେଳେ, ଏହି ଗ୍ୟାଙ୍ଗର ମୁଖ୍ୟ ଆସାମୀ ଫେରାର ଥିବା ଏସ. ଡ଼ି. ପି. ଓ ସୂଚନା ଦେଇଛନ୍ତି।
ବଙ୍ଗୋମୁଣ୍ଡା ଥାନା ଅଞ୍ଚଳ ରେ ମାସେ ତଳେ ଏକ ବାଇକ ଚୋରି ଘଟଣାରେ ଏହି ଚୋରି ଗ୍ୟାଙ୍ଗର ଚଟୁ ଅନକା ଗାଁ ଦିଲସାନ ଦାସ ଗିରଫ କରିଛି ପୁଲିସ। ପୁଲିସ ୪ଟି ବାଇକ ଉଦ୍ଧାର କରିଥିଲେ। ଚୋରି କରିଥିବା ବାଇକକୁ ଗ୍ୟରେଜରେ ରିମଡେଲିଙ୍ଗ କରି ଦିଲସନ ନିଜେ ବ୍ୟବହାର କରୁଥିଲା।
ତାଙ୍କ ଘରୁ ବାଇକ ଉଦ୍ଧାର କରିଥିଲା ପୁଲିସ। ଏହି ଉଦ୍ଧାର ଚୋରା ବାଇକ ବିଭିହ୍ନ ଥାନା ଅଞ୍ଚଳ ବୋଲି, ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ତୁରେକେଲା ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେବାସହ ଗିରଫ ୩ ଜଣଙ୍କୁ ସଂନ୍ଧ୍ୟରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories