www.samajalive.in
Thursday, December 11, 2025
23.1 C
Bhubaneswar

ଜୟ ବଜରଙ୍ଗବାଲି ମନ୍ଦିର ପ୍ରତିଷ୍ଠା ଉତ୍ସବ, କଳସ ଶୋଭାଯାତ୍ରା ସହ ଘଟ ସ୍ଥାପନ

ଭୁବନେଶ୍ୱର: ନୀଳାଦ୍ରି ବିହାର ସେକ୍ଟର ତିନି ଛକ ସ୍ଥିତ ଜୟ ବଜରଙ୍ଗବାଲି ମନ୍ଦିରର ୨୩ତମ ପ୍ରତିଷ୍ଠା ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବ ଅବସରରେ କଳସ ଶୋଭାଯାତ୍ରା ସହ ଘଟ ସ୍ଥାପନ କରାଯାଇଥିଲା। ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଦିନ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସୂର୍ଯ୍ୟପୂଜା, ଯଜ୍ଞାରମ୍ଭ ହୋଇ ଆଳତୀ ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା।

ଏହି ବାର୍ଷିକ ଉତ୍ସବରେ ବିଜେପି ସାଂସଦ ପ୍ରାଥିନି ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ବିଜେଡି ବିଧାୟକ ପ୍ରର୍ଥୀ ସୁଶାନ୍ତ କୁମାର ରାଉତ, ୭ ନମ୍ବର ୱାର୍ଡର କର୍ପୋରେଟର ଯଶୋଧାରା ପ୍ରଧାନ, ୧୪ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ସାହୁ, ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକ, ବିଜେଡି ଯୁବନେତା ମନୋଜ କୁମାର ସାହୁ, ବିଜେପି ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ସମ୍ପାଦକ ଶିଶିର କୁମାର ମହାରଣା, ବରିଷ୍ଠ ସ୍ତମ୍ବକାର ସୁଧାଂଶୁ ମହାପାତ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦର୍ଶନ କରିବା ସହିତ ବଜରଙ୍ଗବାଲିଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

- Advertisement -

ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗବାଲି ମନ୍ଦିର ପରିଚାଳନା କମିଟିର ସଭାପତି ସୁକାନ୍ତ କୁମାର ରାଉତ, ପ୍ରସାନ୍ତ କୁମାର ସାହୁ, ସତ୍ୟବ୍ରତ ଦାସ, ରଂଜିତ ସାହୁ, ମନୋଜ ସାମଲ, କାହ୍ନୁ ଚରଣ ବିଶ୍ୱାଳ, ବିଜୟ ଧଳ, ଅଶୋକ ରଥ, ନବଘନ ପରମାଣିକ, ତ୍ରିନାଥ ଲେଙ୍କା, ଜୟନ୍ତ ଖଟୁଆ, ବାବୁଲି ସାହୁ, ପାରଦାନ୍ ପୂତ୍ତୀ, ଶରତ ଖଟୁଆ, ଗଦାଧର ରଥ, ସୁକାନ୍ତ ଲେଙ୍କା ଓ ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories