www.samajalive.in
Tuesday, December 9, 2025
16.1 C
Bhubaneswar

ମହୁମାଛି ଆକ୍ରମଣରେ ପଥଚାରୀ ଗୁରୁତର

କଲମପୁର: କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର କର୍ମେଲ ହାତୀ ନଦୀ ପୋଲ ନିକଟରେ ମହୁମାଛି ଆକ୍ରମଣରେ ଜଣେ ପଥଚାରୀ ଗୁରୁତର ହୋଇଛନ୍ତି। ଜଣେ ସାଇକଲ ଆରୋହୀ ଏହି ରାସ୍ତା ଦେଇ କଲମପୁର ସାପ୍ତାହିକ ବଜାରକୁ ଆସୁଥିବାବେଳେ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, ଉମେର ଗ୍ରାମର ଶ୍ୟାମ ସୁନ୍ଦର ସାହୁ ନାମକ ଜନୈକ ବ୍ୟକ୍ତି ଏକ ସାଇକଲ ଯୋଗେ କଲମପୁର ସାପ୍ତାହିକ ବଜାରକୁ ଆସୁଥିଲେ। ଏହି ସମୟରେ କର୍ମେଲ ହାତୀ ନଦୀ ପୋଲ ନିକଟସ୍ଥ ବଟ ଗଛରେ ବସା ବାନ୍ଧିଥିବା ମହୁ ମାଛି ଏଣେ ତେଣେ ଉଡ଼ି ବୁଲୁଥିଲେ। ଶ୍ୟାମ ସୁନ୍ଦର ଘଟଣା ସ୍ଥଳରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ମହୁ ମାଛି ଶ୍ୟାମ ସୁନ୍ଦରଙ୍କୁ ଆକ୍ରମଣ କରିଥିଲେ। ଶ୍ୟାମ ସୁନ୍ଦର ମହୁମାଛି ଆକ୍ରମଣରେ ଅସହାୟ ହୋଇ ରାସ୍ତା ଉପରେ ପଡ଼ିଯାଇ ନିଜର ସୁରକ୍ଷା ପାଇଁ ଚିତ୍କାର କରିଥିଲେ। କର୍ମେଲ ଗ୍ରାମର ରଘୁନାଥ ବଗର୍ତି ନାମକ ଯୁବକ ଅନ୍ୟ ଜଣେ ସହଯୋଗୀଙ୍କ ସହ ଘଟଣା ସ୍ଥଳରୁ ଶ୍ୟାମ ସୁନ୍ଦରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତମାନ ଶ୍ୟାମ ସୁନ୍ଦରଙ୍କ ଚିକିତ୍ସା ଜାରି ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories