www.samajalive.in
Tuesday, December 9, 2025
17.1 C
Bhubaneswar

ସୁଷମାଙ୍କୁ ଭେଟିଲେ ହମିଦ ଅନସାରୀ, କହିଲେ ‘ମେରି ମାଡାମ୍‌ ମହାନ୍‌’

ନୂଆଦିଲ୍ଲୀ : ପାକିସ୍ତାନ କାରାଗାରରୁ ମୁକ୍ତିପାଇ ମଙ୍ଗଳବାର ଭାରତରେ ପହଞ୍ଚିବା ପରେ ହମିଦ ନିହାଲ ଅନସାରୀ ବୁଧବାର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଛନ୍ତି। ସାଙ୍ଗରେ ତାଙ୍କ ମା’ ଫୌଜିଆ ଓ ପରିବାର ସଦସ୍ୟମାନେ ମଧ୍ୟ ସୁଷମାଙ୍କୁ ଭେଟିଛନ୍ତି। ସୁଷମାଙ୍କ ନିକଟରେ ପାକିସ୍ତାନରେ ବିତିଥିବା ୬ବର୍ଷର ଯନ୍ତ୍ରଣାସୀକ୍ତି ଜୀବନର ଅନୁଭୂତି ବର୍ଣ୍ଣନା କଲାବେଳେ ହମିଦ ଓ ଫୌଜିଆ ଭାବବିହ୍ବଳ ହୋଇପଡ଼ିଥିଲେ। ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ସୁଷମାଙ୍କ ସାହାଯ୍ୟ ପରିପ୍ରେକ୍ଷୀରେ ଫୌଜିଆ ‘ମେରା ଭାରତ ମହାନ, ମେରି ମାଡାମ୍‌ ମହାନ୍‌; ସବ୍‌ ମାଡାମ୍‌ ନେ ହି କିୟା ହୈ’ ବୋଲି କହି ତାଙ୍କୁ କୃତଜ୍ଞତା ଜଣାଇଥିଲେ। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ହମିଦଙ୍କୁ ସ୍ବାଗତ କରି ବାର୍ତ୍ତା ପଠାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୨ରେ ନିଜ ଅନ୍‌ଲାିନ୍‌ ପ୍ରେମିକାଙ୍କୁ ଭେଟିବା ପାଇଁ ଆଫଗାନିସ୍ତାନରୁ ପାକିସ୍ତାନକୁ ଯାଇଥିଲେ ମୁମ୍ବଇର ସଫ୍ଟଓୟର ଇଞ୍ଜିନିୟର ୩୩ବର୍ଷୀୟ ହମିଦ। ପାକିସ୍ତାନ ପୁଲିସ ତାଙ୍କୁ ଜାଲ ପରିଚୟପତ୍ର ରଖିଥବା ଅଭିଯୋଗରେ ଗିରଫ କରିଥିଲା। ତିନି ବର୍ଷର ଜେଲ୍‌ଦଣ୍ଡ ବିତାଇ ସେ ଭାରତ ଫେରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories