www.samajalive.in
Thursday, December 11, 2025
27.1 C
Bhubaneswar

ପୂଜା ସରିଲା, କିଏ ସଫା କରିବ କୁଢ କୁଢ ଆବର୍ଜନା

ଗୁରୁଡ଼ିଝାଟିଆ: ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାନ୍ଧିହାଟ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅପେରା ପରେ ଏବେ ଗାନ୍ଧିହାଟ ପଡ଼ିଆ ଅତ୍ୟନ୍ତ ଅପରିଷ୍କାର ହୋଇପଡିଛି। କୁଢକୁଢ ଜରି ସାଙ୍ଗକୁ ପାଣିବୋତଲ, ଗୁଟକା ଜରି, ପାଣି ପାଉଚ ଜରି, ମଦ ବୋତଲ, ଚା’ ପିଇବା ପରେ ପଡ଼ି ରହିଛି କାଗଜ କପ୍‌‌। ଏଗୁଡିକ ପବନରେ ଏଣେତେଣେ ଉଡୁଛି। ଏପରିକି ଅପେରା ପାର୍ଟି ପାଇଁ ପୋତାଯାଇଥିବା ବାଉଁଶ ଗାତ ମୁକୁଳା ପଡ଼ିଛି। ଏହାଦ୍ୱାରା ଦୈନନ୍ଦିନ ସକାଳ ବ୍ୟାୟାମ କରିବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତୁରନ୍ତ ଅଳିଆ ଆବର୍ଜନା ସଫା କରି ଖେଳ ପଡ଼ିଆକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ଗାତଗୁଡିକୁ ପୋତିଦେଲେ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ବୁଦ୍ଧିଜୀବିମାନେ କହିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories