www.samajalive.in
Monday, December 8, 2025
17.1 C
Bhubaneswar

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ  ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସଦରରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩-୨୪ ଆଡମ୍ବରରେ ପାଳିତ ହୋଇଛି ।
ଏଥିରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି  ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ  କୋରାପୁଟଜିଲାର ଅବସରପ୍ରାପ୍ତ  ଜିଲା ଶିକ୍ଷା ଅଧିକାରୀ ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇଥିବା ବେଳେ   କୈଳାସପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଶିକେଶନ ବାଗ , ବିଜୟନଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ  ଆଶୁତୋଷ ମହାପାତ୍ର, ବିନିଶପୁର ସେବାଶ୍ରମ  ର ପ୍ରଧାନଶିକ୍ଷକ ଅଭିମନ୍ୟୁ କନ୍ଧପାଣି, ବେଳକଣା ସେବାଶ୍ରମର ପ୍ରଧାନଶିକ୍ଷକ  ସୁନନ୍ଦା ଜେନା , ପାର୍ଶାଲି ସେବାଶ୍ରମ ର ପ୍ରଧାନ ଶିକ୍ଷକ  ବି ରାଜେଶ, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାବୁରାଓ ନିଶିକା ପ୍ରମୁଖ ସମ୍ମାନୀୟ ଅତିଥିଭାବରେ ରହିଥିଲେ । ମୁଖ୍ୟ ବକ୍ତା ଭାବେ ଶିରିପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ  ରଞ୍ଜନ କୁମାର ଧଳ ମଞ୍ଚାସିନ ରହିଥିଲେ ।ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ ।ବିଦ୍ୟାଳୟରେ  ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡା  ପ୍ରତିଯୋଗିତା କରିଥିଲେ  ।
ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଉପସ୍ଥିତ ଅତିଥିଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ।ଏଥିରେ ୨୮ କ୍ରୀଡା ପ୍ରତିଯୋଗିତାରେ  ୮୪ ଜଣ କୃତି ଛାତ୍ର ଛାତ୍ରୀ ଓ ତିନୋଟି ଗୋଷ୍ଠି କ୍ରୀଡ଼ାବିତ ମାନଙ୍କୁ  ଅତିଥୀଙ୍କ ଦ୍ୱାରା  ପୁରସ୍କାର ପ୍ରଦାନକରାଯାଇଛି । ଏହାକୁ  ଶିକ୍ଷକ ଶ୍ରୀନିବାସ ଦାସ  ମଞ୍ଚ ପରିଚାଳନା କରିଥିବା ସହ ପ୍ରଧାନ ଶିକ୍ଷକ   ପ୍ରହଲ୍ଲାଦ ମାଝୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷକ ଓ ଶିକ୍ଷୟିତ୍ରୀ  ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ  ସହଯୋଗ କରିଥିଲେ ।  ଛାତ୍ର ଛାତ୍ରୀ ଙ୍କୁ ନେଇ ସନ୍ଧ୍ୟାରେ ସାଂକୃତିକ କାର୍ଯ୍ୟ କ୍ରମ  କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories