www.samajalive.in
Monday, December 8, 2025
24.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ

ପିପିଲି: ପିପିଲିର ବରିଷ୍ଠ ନାଗରିକମାନଙ୍କୁ ପୁରୀ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ର ବଣ୍ଟନ କରାଯାଇଛି। ପିପିଲିର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ଜବାହର ବିଦ୍ୟାପୀଠ ପରିସରରେ ଅବସରପ୍ରାପ୍ତ ଶିକ୍ଷାବିତ୍‌‌ ଧିରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ସଂପାଦକ ଲକ୍ଷ୍ମୀଧର ପରିଡ଼ା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର କଣ୍ଠ, ବରିଷ୍ଠ ସଦସ୍ୟ ଧୃବଚରଣ ସାହୁ, ଅର୍ଚ୍ଚନା ସାହୁ, ସୁମିତ୍ରା ବେହେରା, ବାବୁଲା ବରାଳ, ପ୍ରସନ୍ନ କୁମାର ନାୟକ, ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାରଙ୍କଠାରେ ଦାବି କରିଥିଲେ। ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗଦେଇ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପରାମର୍ଶ ଦେବାସହ ୩୦ଜଣ ବରିଷ୍ଠ ନାଗରିକଙ୍କୁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ପ୍ରଦତ୍ତ ବରିଷ୍ଠ ନାଗରିକ ପରିଚୟ ପତ୍ର ବଣ୍ଟନ କରିଥିଲେ। ଶେଷରେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories