www.samajalive.in
Monday, December 8, 2025
27.1 C
Bhubaneswar

ମୂଷା କାଟି ଦେଲା ଦୁଇ ଲକ୍ଷ ଟଙ୍କା

ରାୟଗଡ଼ା: ସଞ୍ଚିତ ଟଙ୍କା ମୂଷା କାଟିଦେବା ପରେ ଗରୀବ ଝିଅର ବାହାଘର ଗ୍ରାମବାସୀଙ୍କ ସହାୟତାରେ ସମ୍ପନ୍ନ ହୋଇଥିବା ଘଟଣା ଏ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଗରିବ ବ୍ୟକ୍ତିଟି ବହୁ କଷ୍ଟ କରି ଝିଅ ବାହାଘର କରିବାକୁ ଦୁଇଲକ୍ଷ ଟଙ୍କା ରଖିଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା ସବୁତକ ଟଙ୍କା ମୂଷା କାଟି ଦେଲା। ଫଳରେ ପିତାମାତା ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଆଗକୁ ଝିଅ ବାହାଘର ଥିବାରୁ ଟଙ୍କା ନିହାତି ଆବଶ୍ୟକ ଥିଲା। କ’ଣ କରିବେ ସେ ନେଇ ବାପାମା’ ଚିନ୍ତାରେ ଥିଲେ। ଏତିକିବେଳେ ଗ୍ରାମବାସୀ ସାହାଯ୍ୟର ହାତ ବଢାଇଥିଲେ। ଶେଷରେ ସୁରୁଖୁରୁରେରେ ଝିଅର ବାହାଘର ହୋଇଥିଲା। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲା ସୀମାବର୍ତ୍ତୀ ଅଞ୍ଚଳ ମାନ୍ୟମ୍ ଜିଲାରେ ଗୁମାଲକ୍ଷ୍ମୀପୁରମ ମଣ୍ଡଳର ଗର୍ଗୁବାଲି ଗ୍ରାମରେ। ଗାଁର କେ ରାମୁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ରୋଜଗାର ଅର୍ଥ ସ୍ତ୍ରୀ ସୀତମାକୁ ଦେଇଥାନ୍ତି। ସୀତାମା ଝିଅ ବାହାଘର ଅଳଙ୍କାର କିଣିବା ପାଇଁ ଏକ ବ୍ୟାଗ୍‌ରେ ସବୁ ଦିନର ଟଙ୍କାକୁ ସଞ୍ଚୟ କରି ରଖୁଥିଲେ। ସଞ୍ଚିତ ଟଙ୍କାକୁ ମୂଷା କାଟି ଦେଇଥିବା ଦେଖିବା ପରେ

- Advertisement -

ସୀତମାଙ୍କ ହୋସ୍‌ ଉଡ଼ି ଯାଇଥିଲା। ଏକଥା ସ୍ବାମୀ ରାମୁ ଜାଣିବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ଶୁଣିବା ପରେ ଗ୍ରାମବାସୀ ଝିଅର ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories