www.samajalive.in
Monday, December 8, 2025
24.1 C
Bhubaneswar

ଇଫ୍‌ତାର ପାର୍ଟିରେ ମୁନୱର ଫାରୁକୀଙ୍କୁ ଅଣ୍ଡାମାଡ଼; ରାଗି ନିଆଁ ହେଲେ କମେଡ଼ିଆନ୍‌, ଭିଡିଓ ଭାଇରାଲ୍

ମୁମ୍ବଇ: ବିଗ୍‌ବସ୍‌ ୧୭ ଜିତିବା ପରେ ମୁନୱର ଫାରୁକୀଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ତାଙ୍କର ଗୋଟିଏ ଝଲକ୍‌ ପାଇବାକୁ ପ୍ରଶଂସକ ବ୍ୟଗ୍ର। ପ୍ରାୟ ପ୍ରତ୍ୟେକଦିନ ମୁନୱର କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି, କିନ୍ତୁ ଏଥର ସେ ଏକ ଅପ୍ରୀତିକର ଘଟଣାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବୁଧବାର ମୁନୱର ମୁମ୍ବଇର ମହମ୍ମଦ ଅଲି ରୋଡରେ ଇଫ୍‌ତାର ପାର୍ଟି ପାଇଁ ପହଞ୍ଚିଥିଲେ, କିନ୍ତୁ ଏହି ସମୟରେ ସେଠାରେ ହଠାତ୍‌ ପରିସ୍ଥିତି ବିଗିଡ଼ି ଯାଇଥିଲା ଓ ମୁନୱରଙ୍କ ଉପରକୁ ଅଣ୍ଡା ଫିଙ୍ଗା ଯାଇଥିଲା। ଏହାପରେ ମୁନୱର ମଧ୍ୟ ରାଗି ଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସାମାଜି ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି।

ମିଡିଆ ରିପୋର୍ଟ ମୁତାବକ, ଇଫ୍‌ତାର ପାର୍ଟି ପାଇଁ ମୁନୱର ମୁମ୍ବଇର ମହମ୍ମଦ ଅଲି ରୋଡରେ ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଘେରି ଯାଇଥିଲେ। ଏପର୍ଯ୍ୟନ୍ତ ସବୁକିଛି ଠିକ୍‌ ଥିଲା, କିନ୍ତୁ ପରିସ୍ଥିତି ସେତେବେଳେ ବିଗିଡ଼ିଗଲା ଯେତେବେଳେ ଜଣେ ରେଷ୍ଟୁରାଣ୍ଟର ମାଲିକ ମୁନୱରଙ୍କ ଉପରକୁ ରାଗରେ ଅଣ୍ଡା ଫୋପାଡ଼ିଥିଲେ। ମିଳିଥିବା ସୂଚନା ଅନୁସାରେ, ରେଷ୍ଟୁରାଣ୍ଟର ମାଲିକ ଏବଂ ତାଙ୍କର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି।

- Advertisement -


ସୂଚନାଯୋଗ୍ୟ, ବୁଧବାର ଅଭିଯୁକ୍ତ ରେଷ୍ଟୁରାଣ୍ଟ ମାଲିକ ମୁନୱରଙ୍କୁ ମିନାରା ମସଜିଦ୍ ଅଞ୍ଚଳସ୍ଥିତ ତାଙ୍କ ରେଷ୍ଟୁରାଣ୍ଟକୁ ଇଫ୍‌ତାର ପାର୍ଟି ପାଇଁ ଡାକିଥିଲେ, କିନ୍ତୁ ସେଠାରେ ପହଞ୍ଚିବା ପରେ ମୁନୱର ତାଙ୍କ ରେଷ୍ଟୁରାଣ୍ଟ ଛାଡ଼ି ଅନ୍ୟ ଏକ ରେଷ୍ଟୁରାଣ୍ଟକୁ ଚାଲି ଯାଇଥିଲେ। ଏହା ରେଷ୍ଟୁରାଣ୍ଟ ମାଲିକଙ୍କୁ ଖରାପ ଲାଗିଥିଲା ଏବଂ ସେ ରାଗି ଯାଇଥିଲେ। ଏହାପରେ ସେ ଷ୍ଟାଣ୍ଡଅପ୍ କମେଡ଼ିଆନ୍‌ଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲେ। ଏହି ଘଟଣା ପରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ମୁନୱର କ୍ରୋଧ ଜର୍ଜରିତ ହୋଇ ଭିଡ଼ ଭିତରେ ଯାଉଥିବା ଦେଖିବାକୁ ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories