www.samajalive.in
Sunday, December 7, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ମୃତ

କଳାପଥର(ବାଙ୍କୀ): ଗୟଳବାଙ୍କ ଗ୍ରାମ ମହାନ୍ତି ସାହିର ଜଣେ ବ୍ୟକ୍ତିଙ୍କର  ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଗୋପାଳ ସାହୁଙ୍କ ପୁଅ ମନୋରଞ୍ଜନ ସାହୁ(୪୦) ସୋମବାର ବିଳମ୍ବିତ ରାତିରେ ଘରୁ ପରିଶ୍ରା କରିବାକୁ ନିଜ ବାଡି ପଛପଟକୁ ଯିବାବେଳେ ଜଙ୍ଗଲି ହାତୀ ମୁହଁରେ ପଡିଥିଲେ। ଘଟଣାସ୍ଥଳରେ ହାତୀ ତାଙ୍କୁ ଦଳିଚକଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳର ଡମପଡ଼ା ରେଞ୍ଜର ନିରଞ୍ଜନ ମହାପାତ୍ର ଓ ଭଗିପୁର ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବା ସହିତ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ମୃତକ ପରିବାରକୁ ଶବ ସତ୍କାର ପାଇଁ ୧୦ହଜାର ଟଙ୍କା ସାହାଯ୍ୟ ଯୋଗାଇ ଦିଆଯାଇଥିବା ଡମପଡ଼ା ରେଞ୍ଜ ଅଫିସର ନିରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ଏବଂ ଅଧିକ ସରକାରୀ ସାହାଯ୍ୟ ପାଇଁ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସରକାରଙ୍କଠାରୁ ଅନୁମତି ଆସିବା ପରେ ମୃତକ ପରିବାରବର୍ଗଙ୍କ କ୍ଷତିପୂରଣ ବାବଦକୁ ୬ଲକ୍ଷ ଟଙ୍କା ଯୋଗାଇ ଦିଆଯିବ । ଭଗିପୁର ଫରେଷ୍ଟର ଅନାମ ହେମ୍ବ୍ରମ୍ ଏଥିରେ ସହଯୋଗ କରିିଥିଲେ । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଶବବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ଧାର ରାତିରେ ଲୋକେ ଘରୁ ଜଙ୍ଗଲ ଭିତରକୁ ନଯିବା ପାଇଁ ରେଞ୍ଜ ଅଫିସର ଅନୁରୋଧ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories