www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ମିଳିବ ଆଗୁଆ ସୂଚନା

ଭୁବନେଶ୍ୱର: ଝଡ଼ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନା ଦେବା ପାଇଁ ରାଜ୍ୟ ସରକାର ୬ଟି ଉପକୂଳ ଜିଲାରେ ଆଗୁଆ ସତର୍କ ସୂଚନା ବଣ୍ଟନ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ଆଉ ଏକ ପଦକ୍ଷେପ ସ୍ବରୂପ ଆଜି ଭୁବନେଶ୍ବରରେ କମନ୍ ଆଲର୍ଟ ପ୍ରୋଟୋକଲ୍ (ସିଏପି)ର ପରୀକ୍ଷାମୂଳକ ବ୍ୟବହାର ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗ ଓ ସେଣ୍ଟର ଫର୍ ଡେଭଲପ୍‌ମେଣ୍ଟ ଅଫ୍ ଟେଲିମେଟିକ୍ସ (ସି-ଡଟ୍) ପକ୍ଷରୁ ପ୍ରସ୍ତୁତ ହୋଇଥିବା ସିଏପି ଜରିଆରେ ଏକ ନିର୍ଦିଷ୍ଟ ଭୌଗଳିକ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ଲୋକଙ୍କ ମୋବାଇଲ୍‌ ଫୋନ୍‌ର ଏସ୍‌ଏମ୍‌ଏସ୍ ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରାଯାଇ ପାରିବ। ଏହା ବ୍ୟତିତ ଟିଭି, ରେଡିଓ, ବୈଦ୍ୟୁତିକ ଡିସ୍‌ପ୍ଲେ ବୋର୍ଡରେ ମଧ୍ୟ କମନ୍ ଆଲର୍ଟ ପ୍ରୋଟୋକଲ୍ ବ୍ୟବସ୍ଥାରେ ସତର୍କ ସୂଚନା ଜାରି କରିହେବ। ଆଜିର ଏହି ପରୀକ୍ଷଣ ସମୟରେ ଓସ୍‌ଡମାର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗ ଅଧିକାରୀ, ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ଏବଂ ବିଭିନ୍ନ ମୋବାଇଲ୍ ଫୋନ୍ ସେବା ପ୍ରଦାନକାରୀ କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories