www.samajalive.in
Monday, December 8, 2025
20.1 C
Bhubaneswar

‘୯୯% ସାମଗ୍ରୀକୁ ୧୮% ଜିଏସ୍‍ଟି ସ୍ଲାବକୁ ଆଣିବାକୁ ଯୋଜନା ଚାଲିଛି’

ମୁମ୍ବଇ : ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି)ର ୧୮% ସ୍ଲାବ୍‍ ମଧ୍ୟକୁ ୯୯% ସାମଗ୍ରୀକୁ ଅଣାଯିବ। କେବଳ ଅଳ୍ପକିଛି ବିଳାସପୂର୍ଣ୍ଣ ସାମଗ୍ରୀକୁ ଜିଏସ୍‍ଟିର ୨୮% ସ୍ଲାବ୍‍ ମଧ୍ୟରେ ରଖାଯିବ। ଏଥିପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ମଙ୍ଗଳବାର ରିପବ୍ଲିକ୍‍ ଟିଭି ପକ୍ଷରୁ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ମୋଦୀ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଜିଏସ୍‍ଟିକୁ ଅତି ସହଜ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ସର୍ବାଧିକ ସାମଗ୍ରୀକୁ ଜିଏସଟିର ୧୮% ସ୍ଲାବ୍‍ ମଧ୍ୟକୁ ଅଣାଯିବାକୁ ପଦକ୍ଷେପ ନିଆଯାଉଛି। ପ୍ରକାଶଯୋଗ୍ୟ ଯେ ଏବେ ଜିଏସ୍‍ଟିର ୪ଟି ସ୍ଲାବ ରହିଛି। ୫% ଜିଏସ୍‍ଟି ସ୍ଲାବ୍‍ ମଧ୍ୟରେ ତେଲ, ମସଲା, ଧୂପକାଠି, ଆୟୁର୍ବେଦିକ ଔଷଧ, ୧୨% ଜିଏସ୍‍ଟି ସ୍ଲାବ୍‍ ମଧ୍ୟରେ ପ୍ରକ୍ରିୟାକରଣ ଖାଦ୍ୟ, ହ୍ୟାଣ୍ଡବ୍ୟାଗ, ଅଳଙ୍କାର ବାକ୍ସ, ୧୮% ସ୍ଲାବ୍‍ ମଧ୍ୟରେ ସାବୁନ୍‍, ଟୁଥ୍‍ପେଷ୍ଟ, ରେଫ୍ରିିଜରେଟର, ସ୍ମାର୍ଟଫୋନ୍‍, ୨୮% ସ୍ଲାବ୍‍ ମଧ୍ୟରେ କାର, ପାନ ମସଲା, ତମ୍ବାକୁ ଆଦି ସାମଗ୍ରୀ ରହିଛନ୍ତି। ମୋଦୀ କହିଛନ୍ତି ଯେ ଦେଶରେ ଦୀର୍ଘଦିନ ହେବ ଜିଏସ୍‍ଟି ପାଇଁ ଦାବି ହୋଇଆସୁଥିଲା। ଏହା ଲାଗୁ ହେବା ପରେ ଟିକସ୍‍ ବ୍ୟବସ୍ଥା ଦୃଢ ହୋଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories