ପୁଣି ମୁକୁଳା ବୋରଓ୍ବେଲରେ ଖସି ପଡିଲା ଶିଶୁ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ଅଭାବନୀୟ ଘଟଣା ଘଟିଛି। ବୋରୱେଲରେ ଫସିଛି କଅଁଳା ଶିଶୁର ଜୀବନ। ମୁକୁଳା ବୋରଓ୍ବେଲରେ ଏକ ଦେଢ ବର୍ଷର ଶିଶୁ ଖସି ପଡିଛି । ଏହି ବୋରୱେଲଟି ପ୍ରାୟ ୨୦ଫୁଟ ଗଭୀର ଥିବା ଜଣାପଡିଛି। ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବାବେଳେ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା । ଶିଶୁଟିର କାନ୍ଦ ଶୁଣି ବୋରୱେଲ ଭିତରେ ଖସିପଡିଥିବା ଜଣାପଡିଥିଲା। ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଶିଶୁଟିକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଘଟଣାସ୍ଥଳରେ ଏକ ମେଡିକାଲ ଟିମ୍ ଓ ଆମ୍ବୁଲାନ୍ସ ମଧ୍ୟ ମହଜୁଦ ରଖାଯାଇଛି।
Comments are closed.