www.samajalive.in
Monday, December 8, 2025
17.1 C
Bhubaneswar

ଅଟୋ ଚାଳକଙ୍କ ଝିଅ ହେଲେ ନୌସେନା ଅଗ୍ନିବୀର

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର କନ୍ନୌଜର ଗରିବା ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । କଠିନ ପରିଶ୍ରମ କରି ଆଜି ସଫଳତାର ଶୀର୍ଷରେ ପହଂଚିଛନ୍ତି। ଅଗ୍ନିବୀର ଯୋଜନାରେ ଏବେ ସେ ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗରିବ ପରିବାରରେ ଜନ୍ମହୋଇ ସ୍ୱପ୍ନକୁ ସାକାର କରିଥିବା ସେହି ବୀର ଝିଅକୁ ବୁଧବାର ସ୍ୱାଗତ କରିଛନ୍ତି ସମାଜସେବୀ ତଥା ଯୋଗୀ ସେନା ଅଧ୍ୟକ୍ଷ ପୱନ ପାଣ୍ଡେ। ଅଗ୍ନିବୀରରେ ମନୋନୀତ ହୋଇଥିବା ଏହି ଝିଅଙ୍କ ବାପା ଜଣେ ଅଟୋ ଚାଳକ। ଅଟୋ ଚଳାଇ ସେ ପରିବାର ପ୍ରତିପୋଷଣ କରିବା ସହ ଝିଅକୁ ପାଠ ପଢାଇ ଏତେବାଟ ନେଇଛନ୍ତି।

ଅଗ୍ନିବୀର ଯୋଜନା ଅଧୀନରେ ନୌସେନାରେ ଭର୍ତ୍ତି ହେବାକୁ ଯାଉଥିବା ଏହି ଗରିବ ଝିଅ ହେଲେ କନ୍ନୌଜର ଅରାବରୀ ଅଞ୍ଚଳର ଜାନଭୀ କୁଶୱା। ଏନସିସି ଛାତ୍ରୀ ଜାନଭୀ ୨୦୨୩ରେ ଅଗ୍ନିବୀରରେ ସାମିଲ ହେବାକୁ ପରୀକ୍ଷା ଦେଇଥିଲେ। ଏଥିରେ ସେ କୃତକାର୍ଯ୍ୟ ହେବାରୁ ନୌସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହେବା ଖବର ଜାଣିବା ପରେ ପୁରା ପରିବାରେ ଖୁସିର ଲହରି ଖେଳିଯାଇଛି। ସମସ୍ତ ତାଲିମ ପ୍ରାପ୍ତ କରିବା ପରେ ଜାନଭୀ ବୁଧବାର ନିଜ ସହରକୁ ଫେରିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନୌସେନାରେ ସିନିୟର ସେକେଣ୍ଡାରୀ ଅଫିସର ଭାବେ ନିଯୁକ୍ତି ପାଇଥିବା ଜାନଭୀ କହିଛନ୍ତି ଯେ ମାତା-ପିତାଙ୍କ ଆଶୀର୍ବାଦ ଓ ସହଯୋଗ ରହିଥିବାରୁ ଆଜି ସେ ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି। ସମାଜସେବୀ ପୱନ ପାଣ୍ଡେ କହିଛନ୍ତି ଯେ ଜାନଭୀ ଆଜି ବାବା ସାହେବଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି। ଏବଂ ଏପରି କରି ସେ ନୂଆପୀଢିଙ୍କ ଲାଗି ପ୍ରେରଣା ସାଜିଛନ୍ତି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories