www.samajalive.in
Monday, December 8, 2025
13.1 C
Bhubaneswar

ଚିରାଗ ପାଶୱାନଙ୍କୁ ଶକ୍ତ ଝଟକା: ଦଳ ଛାଡିଲେ ୨୨ ନେତା

ପାଟନା: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ସେତିକି ବଢିବାରେ ଲାଗିଛି। ନିର୍ବାଚନ ଥିବାବେଳେ ବିହାରରେ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ)ର ନେତା ଚିରାଗ ପାଶୱାନଙ୍କୁ ଲାଗିଛି ଶକ୍ତ ଝଟକା। ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତିରେ ଅସନ୍ତୋଷ ବ୍ୟକ୍ତ କରି ଏକାଥରରେ ୨୨ଜଣ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ପ୍ରଦେଶ ପଦାଧିକାରୀ ସାମିଲ ଅଛନ୍ତି। ଦୀର୍ଘ ବର୍ଷ ଧରି ଦଳରେ ରହି କାର୍ଯ୍ୟ କରିବା ସତ୍ୱେ ସେମାନଙ୍କ ବଦଳରେ ବାହାର ନେତାଙ୍କୁ ଦଳ ଟିକେଟ ଦେଉଥିବାରୁ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ଏହି ୨୨ଜଣ ନେତା ଓ କର୍ମୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଏହାସହିତ ଟଙ୍କା ବଦଳରେ ଚିରାଗ ପାଶୱାନ ଟିକେଟ ବିକ୍ରି କରୁଥିବା ଭଳି ଗମ୍ଭୀର ଅଭିଯୋଗ କରିଛନ୍ତି। ଗତ ଜୁଲାଇରେ ଚିରାଗ ପାଶୱାନ ଏନଡିଏରେ ସାମିଲ ହୋଇଥିଲେ। ବିହାରରେ ସମୁଦାୟ ୪୦ଟି ଲୋକସଭା ଆସନ ଥିବାବେଳେ ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାଶୱାନଙ୍କୁ ୫ସିଟ୍‌‌ ମିଳିଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories