www.samajalive.in
Tuesday, December 9, 2025
17.1 C
Bhubaneswar

ଉପେନ୍ଦ୍ର ଓଲି ଭୂମିକାକୁ ଭୁଲି ପାରୁନାହାନ୍ତି

ବାଳକାଟି: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଚାଲିଥିବା ବିଶ୍ୱକପ୍‍ ହକି ମ୍ୟାଚ୍‍ ଉଦ୍‍ଯାପିତ ହୋଇଯାଇଥିବାବେଳେ କିଛି ଘଟଣା ଆଉ କିଛି ସ୍ମୃତି ଛାଡ଼ିଯାଇଛି। କିଏ ଷ୍ଟାଡିୟମ୍‍ ମଧ୍ୟରେ ଥିବା ବଡ଼ ପରଦାରେ ଖେଳର ମଜା ନେଉଥିଲେ ତ କିଏ ହକି ଷ୍ଟିକ୍‍ ଧରି ସେଲ୍‌ଫି ନେଉଥିଲେ। ମ୍ୟାଚ୍‍ ସିନା ସରିଯାଇଛି ସମୁଦାୟ ମ୍ୟାଚ୍‍ରେ ପଡ଼ିଆ ମଧ୍ୟରେ ଦର୍ଶକଙ୍କ ମନୋରଞ୍ଜନର ଖୋରାକ ଯୋଗାଉଥିବା ମାସ୍କଟ୍‍ ‘ଓଲି’ ଏବେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ପରିଚିତ ହୋଇଯାଇଛି। ମାତ୍ର ଓଲି ମାସ୍କଟ୍‍ ପରିଧାନ କରିଥିବା ଯୁବକଙ୍କ ଅସଲ ଚେହେରା କିନ୍ତୁ ରହିଯାଇଛି ପରଦା ପଛର ନାୟକ ଭଳି। ବିଭିନ୍ନ ଗୀତର ତାଳେ ତାଳେ ନାଚି ନାଚି ଦର୍ଶକଙ୍କୁ ହକି ଖେଳରେ ବାନ୍ଧି ରଖିଥିଲେ ଏମାନେ। ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଥାନା ବାଳକାଟି ପୁରୋହିତପୁର ପଞ୍ଚାୟତ ପାଣିକଟା ଗ୍ରାମର ଉପନ ଓରଫ ଉପେନ୍ଦ୍ର ଜେନା ହେଉଛନ୍ତି ସେହି ମାସ୍କଟ୍‍ ଓଲି ମଧ୍ୟରୁ ଜଣେ।
ପଡ଼ିଆରେ ଓଲି ପୋଷାକ ପରିଧାନ କରି ବୁଲିବା ବେଳେ ଉପେନ୍ଦ୍ରଙ୍କ ପରିବାର ଓ ଗ୍ରାମବାସୀ ଖୁସିବ୍ୟକ୍ତ କରିଥାନ୍ତି। ତାଙ୍କ ସହ ଜଙ୍କିଆର ସତ୍ୟନାରାୟଣ ଶ୍ରୀଚନ୍ଦନ, ଭଦ୍ରକର ନିଖିଲ ପାଣିଗ୍ରାହୀ, ଭୁବନେଶ୍ୱର ୟୁନିଟ୍‍-୯ର ଦିନେଶ ରାଉତ ଓଲି ପୋଷାକ ପରିଧାନ କରି ବିଭିନ୍ନ ମ୍ୟାଚ୍‍ରେ ଦର୍ଶକଙ୍କ ମନ ଜିଣୁଥିଲେ। ଖେଳର ବିରତି ସମୟରେ ପଡ଼ିଆକୁ ଆସନ୍ତି ମାସ୍କଟ୍‍ ଓଲି ପୋଷାକ ପରିଧାନ କରି ଦୁଇଜଣ ଯୁବକ। ପଡ଼ିଆ ଚାରିପଟେ ଜଣେ ହାତରେ ବନ୍ଧୁକ ଧରି ହକି ବିଶ୍ୱକପ୍‍-୨୦୧୮ ପ୍ରିଣ୍ଟ ଥିବା ଗଞ୍ଜି ଦର୍ଶକଙ୍କ ଉପରକୁ ଫିଙ୍ଗନ୍ତି ଅନ୍ୟଜଣେ ଗୀତର ତାଳେ ତାଳେ ନାଚି ନାଚି ଦର୍ଶକଙ୍କ ମନୋରଞ୍ଜନ କରନ୍ତି। ଏମାନଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ରହିଥାଏ ଉତ୍ସାହ। ସେମାନେ ଷ୍ଟାଡିୟମ୍‍ ମଧ୍ୟକୁ ଆସିବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଖେଳିଯାଏ ଉତ୍ସାହ। ଶରୀରରେ ପ୍ରାୟ ୫କିଲୋ ଓଜନର ପୋଷାକ, ଠେକୁଆ ଭଳି ମୁଖା, ପିଠିରେ ପ୍ଲାଷ୍ଟିକ୍‍ କଇଁଛ ଆକର୍ଷିତ କରେ ସମସ୍ତଙ୍କୁ।
ଭାରତ ସରକାରଙ୍କ ଅଧୀନରେ ଥିବା ଯୁବସେବା ଓ କ୍ରୀଡ଼ା ବିଭାଗର ନେହରୁ ଯୁବକେନ୍ଦ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଉପେନ୍ଦ୍ର ଏହା ପୂର୍ବରୁ ଏସିଆନ ଆଥଲେଟିକ୍‍-୨୦୧୬ ଏବଂ ୨୦୧୭ରେ ହକି ଲିଗ୍‍ ମ୍ୟାଚରେ ଓଲି ମାସ୍କଟ୍‍ ପରିଧାନ କରି ସମସ୍ତଙ୍କ ନଜରକୁ ଆସିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆମେ ଏଭଳି କରିଥାଉ ବୋଲି କହନ୍ତି ଉପେନ୍ଦ୍ର। ହକି ବିଶ୍ୱକପ୍‍ରେ ଭାଗନେଇଥିବାରୁ ନିଜକୁ ଗର୍ବ ଅନୁଭବ କରିବା ସହ ୧୬ଟି ଦେଶର ଖେଳାଳିଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ତାଙ୍କୁ ଆନନ୍ଦ ଦେଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରିକେଟ୍‍ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ୍‍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଅନିଲ କୁମ୍ବଲେ, ସୁପରଷ୍ଟାର ଶାହରୁଖ ଖାଁ, ମାଧୁରୀ ଦୀକ୍ଷିତ ଭଳି ନାମୀଦାମୀ କଳାକାରଙ୍କୁ ଅତିନିକଟରେ ଦେଖିବାର ସୁଯୋଗ ପାଇଛି ବୋଲି କହନ୍ତି ଉପେନ୍ଦ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories