www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ ମହାସମର: ଆଜି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ ଟକ୍କର। ଜୟପୁରରେ ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଖେଳାଯିବ। ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ। ଅନ୍ୟପଟେ ଟକ୍କର ଦେବାକୁ ପ୍ରସ୍ତୁତ ରହିଛି ଦିଲ୍ଲୀ । ଚଳିତ ସିଜିନରେ ଉଭୟ ଏଯାଏଁ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିଥିବାବେଳେ ରାଜସ୍ଥାନ ବିଜୟୀ ହୋଇଛି। ଏବଂ ଦିଲ୍ଲୀ ପରାଜିତ ହୋଇଛି। ସେପଟେ ବୁଧବାର ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ମୁମ୍ବାଇ ଇଣ୍ତିଆନ୍ସକୁ ୩୧ ରନରେ ପରାସ୍ତ କରିଛି ସନରାଇଜର୍ସ ହ୍ରାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୩ ୱିକେଟ୍ ହରାଇ ୨୭୭ ରନ୍ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୨୪୬ ରନ୍ କରିପାରିଥିଲା। ଏହି ମ୍ୟାଚରେ ହେନରିଚ କ୍ଲାସେନ ୮୦, ଅଭିଷେକ ଶର୍ମା ୬୩, ଟ୍ରାବିସ ହେଡ୍ ୬୨ ଓ ଏଡେନ ମାରକ୍ରାମ ୪୨ ରନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories