www.samajalive.in
Monday, December 8, 2025
27.1 C
Bhubaneswar

ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଭକ୍ତ

ସୁଆଣ୍ଡୋ :  ପୁରୀ ଜିଲାର ବୈଷ୍ଣବ କ୍ଷେତ୍ର ଭାବେ ବେଶ ଜଣାଶୁଣା ସାକ୍ଷୀଗୋପାଳ ମନ୍ଦିରରେ  ସାକ୍ଷୀଗୋପିନାଥ ଦେବଙ୍କୁ ଦୋଳପୂର୍ଣ୍ଣିମା ଦିନ ଦୋଳବେଦୀରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ  । ରାଧାକୃଷ୍ଣଙ୍କ ଦୋଳଯାତ୍ରା ଅତ୍ୟନ୍ତ ଦୁଲ୍ଲଭ ଏବଂ ଏହି ସମୟରେ ଦର୍ଶନ କଲେ ପୂଣ୍ୟ ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି । ଠାକୁର ଫଗୁ ଦଶମୀଠାରୁ ୫ଦିନ ଚାଚେରୀ ଭୋଗଲାଗି ପାଇଁ ସ୍ଥାନୀୟ ଗ୍ରାମମାନକୁ  ପରିକ୍ରମା କରିଥିଲେ  । ଦୋଳପୂର୍ଣ୍ଣମୀ ପୂର୍ବ ଦିନ ରାତିରେ ଠାକୁର ନଗର ପରିକ୍ରମା କରିବା ପରେ ଅଇଘରା ନିକଟରେ ପୂଜକ  ହୋମ, ପ୍ରସାଦଲାଗି, ଶିତଳଭୋଗ ଓ ଆଲଟ ଚାମର କରାଯାଇଥିଲା । ଏହାପରେ ଅଇଘରେ ଅଗ୍ନି ସଂଯୋଗ କରାଯାଇ ମେଣ୍ଢା ପୋଡି ବା ଅଗ୍ନିଉତ୍ସବ  ନିତି ଆରମ୍ଭ ହୋଇ ଠାକୁର ସାତ ଘେରା ପ୍ରଦକ୍ଷିଣ କରିଥିଲେ।  ଏହାପରେ ଦୋଳବେଦୀ ସ୍ପର୍ଶ କରି ଠାକୁର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଦୈନଦିନ ନୀତିକାନ୍ତି ସରିବା ପରେ ସେବାୟତ ମାନେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ଦୋଳବେଦୀକୁ ବିଜେ କରାଇଥିଲେ ।  ଭକ୍ତ ମାନଙ୍କୁ ମଦନମୋହନ ଦୋଳିରେ ଝୁଲି ଦୋଳଗୋବିନ୍ଦ ଭାବରେ ଦର୍ଶନ ଦେଇଥିଲେ ।

ଦୋଳବେଦୀରେ ଠାକୁରଙ୍କ ତିନି ଧୂପ କରାଯାଇଥିଲା  । ସାକ୍ଷୀ ଗୋପୀନାଥ   ମନ୍ଦିରରେ ରାଜବେଶ ହୋଇଥିଲେ  ।  ଭକ୍ତ ମାନେ ଠାକୁରଙ୍କୁ ଫୁଲ, ଫଗୁ, ଚଣା, ଖଇ, କୋରା ଓ ସାକର ଭୋଗ କରିଥିଲେ । ସଧ୍ୟାରେ ଦୋଳବେଦୀରେ ନୂତନ ବର୍ଷର ପାଞ୍ଜି ଗଣକଙ୍କ ଦ୍ବାରା ପାଠ  କରାଯାଇଥିଲା।  ବିଳମ୍ବିତ ରାତିରେ ଠାକୁର ମନ୍ଦିରକୁ ଯାଇ ପହୁଡ଼ ହୋଇଥିଲେ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସେହିପରି ସୁଆଣ୍ଡୋରେ ବିନୋଦ ବିହାରୀ ଦେବ, ଶ୍ରୀରାମଚନ୍ଦ୍ର ପୁର ଗୋପିନାଥ, ଆଦ୍ୟ ଶସନ ବୀର ରାମଚନ୍ଦ୍ରପୁର, ବୀର ଗୋବିନ୍ଦପୁର, ବିଶ୍ୱନାଥ ପୁର ଗୋପିନାଥଙ୍କ, ବରାଳ ବାଲୁଙ୍କେଶ୍ୱର, ପରଜାପଡା ଚନ୍ଦ୍ରଶେଖର ପ୍ରମୁଖ ଠାକୁରଙ୍କ ସହିତ   ପୁରପଲ୍ଲୀରେ ଥିବା ମଠ ଓ ଭାଗବତ ଗାଦି ପୀଠ ମାନଙ୍କରେ  ଦୋଳଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଠାକୁରଙ୍କୁ ଭକ୍ତମାନେ ଫଗୁ ଲାଗି କରିଥିଲେ। ଗ୍ରାମଗୁଡ଼ିକ ଦୋଳପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଉଠିଥିଲା   ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories