www.samajalive.in
Monday, December 8, 2025
17.1 C
Bhubaneswar

ସିଧୁଙ୍କୁ ୧୦୦୦କୋଟିର ମାନହାନି ନୋଟିସ ଦେଲା ଜି ନ୍ୟୁଜ୍‌

ନୂଆଦିଲ୍ଲୀ: ପଞ୍ଜାବ ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କ ବିରୋଧରେ ପ୍ରମୁଖ ଇଲେକ୍‌ଟ୍ରୋନିକ ଗଣମାଧ୍ୟମ ‘ଜି ନ୍ୟୁଜ୍‌’ ପକ୍ଷରୁ ୧୦୦୦କୋଟି ଟଙ୍କାର ମାନହାନି ମାମଲା ଦାୟର ପାଇଁ ନୋଟିସ ଜାରି କରାଯାଇଛି। ସିଧୁଙ୍କୁ ପ୍ରଦାନ କରାଯାଇଥିବା ଏହି ନୋଟିସରେ ସଂସ୍ଥା ବିରୋଧରେ ସେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଓ ମିଥ୍ୟା ଅଭିଯୋଗ ୨୪ଘଣ୍ଟା ମଧ୍ୟରେ ପ୍ରତ୍ୟାହାର ସହିତ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି। ଜି ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ସୁଧୀର ଚୌଧୁରୀ ଦର୍ଶାଇଛନ୍ତି ଯେ ନୋଟିସ୍‌ ପ୍ରତିପାଳନ ନ ହେଲେ ତାଙ୍କ ସଂସ୍ଥା ଉପରୋକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରିବ। ଉଲ୍ଲେଖଯୋଗ୍ୟ ଯେ ଜି ନ୍ୟୁଜ୍‌ ଚ୍ୟାନେଲରେ ଏକ ଭିଡିଓ ପ୍ରସାରିତ ହୋଇଥିଲା; ଯେଉଁଥିରେ ସିଧୁଙ୍କ ଉପସ୍ଥିତିରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦିଆଯାଉଥିଲା। ଏହି ଭିଡିଓ କଲି ବୋଲି ସିଧୁ ଓ ତାଙ୍କ ସମର୍ଥକମାନେ ଦାବି କରିଥିଲେ। ଏହାର ପ୍ରତିକ୍ରିୟାରେ ସିଧୁ କହିଥିଲେ ଯେ ‘ନନି ୟାଦ୍‌ ଦିଲା.​‌େ​‌ଦଙ୍ଗେ’। ଏଭଳି ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ବୋଲି ଚୌଧୁରୀ ଦର୍ଶାଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories