www.samajalive.in
Monday, December 8, 2025
27.1 C
Bhubaneswar

ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ଖଣି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା

ଗଞ୍ଜାମ :  ଗଞ୍ଜାମ ଋଷିକୂଲ୍ୟା ପୋଲ ନିକଟରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇଁ ଖଣି ବିଭାଗ ଚଢ଼ାଉବେଳେ ଖଣି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ। ଡ୍ରାଇଭର୍‌ଙ୍କୁ ମାଡ଼ ମାରିବା ସହ ପୋଲିସକୁ ଜେସିବି ଗାଡିରୁ ଓହ୍ଲାଇ ଦେଲେ ମାଫିଆ । ଏନେଇ ଖଣି ଅଧିକାରୀ ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି । ତେଲୁଗୁନୁଆଗାଁ  ଗାଁର ସରଜ କୁମାର ଦାସ  , ଶ୍ରୀରାମ ଦାସ ଏବଂ ଅଗସ୍ତିନୂଆଗାଁ ବିଜୁ ନାହାକ ଓ ଅନ୍ୟାନ୍ୟ କିଛି ଲୋକଙ୍କ ନାମରେ ଖଣିବିଭାଗ ଦେଇଥିବା ଅଭିଯୋଗ ଆଧାରରେ  ଗଂଜାମ ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି । କେଶ ନମ୍ବର ୭୬/୨୦୨୪ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଗଂଜାମ ଥାନା ଭାରପ୍ରାପ୍ତ ଅଧିକାରିଣୀ ସୁମିତ୍ରା ପାତ୍ର କହିଛନ୍ତି । ଏହି ଘଟଣା ବର୍ତମାନ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଚାଲିଛି ।  ସୂଚନା ଅନୁଯାୟୀ ଗଞ୍ଜାମ ଥାନା ଜାତୀୟ ରାଜପଥ ଋଷିକୁଲ୍ୟା ପୋଲ ନିକଟରୁ ଦୀର୍ଘଦିନ ଧରି ସ୍ପଷ୍ଟ ଦିବାଲୋକରେ ଚୋରା ବାଲି ଚାଲାଣ ଚାଲିଛି। ଖବର ପାଇ ବ୍ରହ୍ମପୁରର ଇସ୍ପାତ ଓ ଖଣି ବିଭାଗର ଅଧିକାରୀ, କର୍ମଚାରୀ ଏବଂ ସଶସ୍ତ୍ର ପୋଲିସ ବାହିନୀ ଶନିବାର ସକାଳ ୭ଟାରେ ଚଢାଉ କରିଥିଲେ। ଜେସିବି ଓ କିଛି ଟ୍ରାକ୍ଟର ଜବତ କରି ଅଧିକାରୀମାନେ ନେଉଥିବା ବେଳେ  ଅଗସ୍ତିନୂଆଗ୍ରାମ ଛକ ନିକଟରେ ମାଫିଆ ଓ ତାଙ୍କ କିଛି ସହଯୋଗୀ ଏହାକୁ ବିରୋଧ କରିଥିଲେ। ଜେସିବି ଦ୍ବାରା ଖଣି ବିଭାଗ ଅଧିକାରୀ ଆଣିଥିବା ଗାଡିକୁ ଆକ୍ରମଣ କରିଥିଲେ । ଯାହାଫଳରେ ଗାଡିଟି ଭାଙ୍ଗି ଯାଇଛି। ମାଫିଆମାନେ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କ ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କ ସହିତ ଯାଇଥିବା ପୁଲିସ ଫୋର୍ସକୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହିପରି କି ଜେସିବି ସହିତ ଟ୍ରାକ୍ଟରଗୁଡିକ ମାଫିଆମାନେ ଜୌର ଜବରଦସ୍ତ ନେଇଯାଇଥିଲେ | ଏହି ଘଟଣାର ଖବର ପାଇ ଗଞ୍ଜାମ ଥାନା ପୁଲିସ ତଦନ୍ତ ଚଲାଇଥିବା ଜଣାପଡିଛି ।  ଖଣି ଅଧିକାରୀ ଥାନାରେ ଏତଲା ଦେଇଛନ୍ତି । ଏନେଇ ତଦନ୍ତ ଆରମ୍ଭ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories