www.samajalive.in
Monday, December 8, 2025
27.1 C
Bhubaneswar

ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟନ୍ତ୍ରଣ କରିପାରିବ – ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଗଣମାଧ୍ୟମ ଏପରି ଏକ ସଂଗଠନ ହେବା ଉଚିତ ଯାହା ଭାରତକୁ ବୁଝିବା ପାଇଁ ସଠିକ୍ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଦେଶର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ସୁପରିକଳ୍ପିତ ଧାରଣାର ଶିକାର ହେବା ଉଚିତ ନୁହେଁ। ନୂଆଦିଲ୍ଲୀର ଏକ ଘରୋଇ ମିଡିଆ ହାଉସର ପୁରସ୍କାର ସମାରୋହରେ ଉଦବୋଧନ ଦେଇ ଶ୍ରୀ ଧନଖଡ଼ ଏହା କହିଛନ୍ତି। ନିରପେକ୍ଷ ରହିବା ଏବଂ ରାଜନୀତିଠାରୁ ଦୂରେଇ ରହିବା ପାଇଁ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ନିଜକୁ ନିୟନ୍ତ୍ରଣ କରିପାରିବ। ସେ କହିଛନ୍ତି ଯେ ଗଣମାଧ୍ୟମ ସତର୍କ ରହିବା ଉଚିତ ଏବଂ ଭୁଲ ସୂଚନାକୁ ରୋକିବା ଉଚିତ୍।

ଉପରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ ହେଉଛି ଭାରତର ପଡ଼ୋଶୀ ଅଞ୍ଚଳରେ ନିର୍ଯାତିତ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା। ଏହା କୌଣସି ଭାରତୀୟ ନାଗରିକଙ୍କୁ ନାଗରିକତାରୁ ବଞ୍ଚିତ କରେ ନାହିଁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories