www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରଭୁ ହନୁମାନଙ୍କୁ ଏହି ୫ଟି ଜିନିଷ ଅର୍ପଣ କଲେ ; ଦୂର ହୁଏ ରୋଗ,କଷ୍ଟ..

ପ୍ରଭୁ ହନୁମାନଙ୍କୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ବୋଲି କୁହାଯାଏ। ପ୍ରଭୁ ହନୁମାନଙ୍କୁ ପୂଜା କଲେ ପ୍ରଭୁ ଶ୍ରୀରାମ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ପ୍ରଭୁ ହନୁମାନଙ୍କ ପୂଜା କରିବା ଦ୍ୱାରା ରୋଗ,ଦୁଃଖ,ଭୟର ନାଶ ହୋଇଥାଏ। ପ୍ରଭୁଙ୍କୁ ପୂଜା କରିବା ସମୟରେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ଆଦି ପାଠ କରାଯାଏ। ତେବେ ଏଭଳି ୫ଟି ଜିନିଷ ବିଷୟରେ ଜାଣନ୍ତୁ ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ଖୁବ୍‌‌ ପ୍ରସନ୍ନ ହେବା ସହ ଧନବୃଦ୍ଧି ହୋଇ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ।

ପାନ – ପ୍ରଭୁ ହନୁମାନଙ୍କ ନିକଟରେ ପାନ ଭୋଗ କରନ୍ତୁ। ମାନ୍ୟତା ଅନୁଯାୟୀ ପ୍ରଭୁଙ୍କୁ ପାନ ଭୋଗ ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ। ଏହା ପ୍ରଭୁଙ୍କୁ ଅତ୍ୟନ୍ତ ପ୍ରିୟ । ତେଣୁ ପୂଜାରେ ପାନର ବ୍ୟବହାର ନିଶ୍ଚୟ କରନ୍ତୁ।

- Advertisement -

ସିନ୍ଦୂର – ପ୍ରଭୁ ହନୁମାନଙ୍କୁ ସିନ୍ଦୂର ଖୁବ୍‌‌ ପ୍ରିୟ। ମାନ୍ୟତା ଅନୁଯାୟୀ, ମାତା ସୀତାଙ୍କୁ ସିନ୍ଦୂର ପିନ୍ଧିଥିବା ଦେଖିବା ପରେ ପ୍ରଭୁ ହନୁମାନ ସୀତାଙ୍କ ଠାରୁ ସିନ୍ଦୂର ଲଗାଇବାର କାରଣ ଶୁଣି ସେ ମଧ୍ୟ ନିଜ ଶରୀର ଯାକ ସିନ୍ଦୂର ଲଗାଇଥିଲେ। ପ୍ରଭୁଙ୍କୁ ସିନ୍ଦୂର ଅର୍ପଣ କଲେ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହୋଇଥାଏ।

ପ୍ରଭୁ ହନୁମାନଙ୍କ ନିକଟରେ ଜିଲାପି ଭୋଗ କରିବା ଦ୍ୱାରା ରୋଗ,ଦୁଃଖରୁ ମୁକ୍ତି ମିଳିଥାଏ।

ପ୍ରଭୁ ହନୁମାନଙ୍କୁ ଲଡୁ ଖୁବ୍‌‌ ପ୍ରିୟ। ବେସନରେ ପ୍ରସ୍ତୁତ ଲଡୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ପ୍ରଭୁ ହନୁମାନଙ୍କୁ ବୁନ୍ଦି ଲଡୁ ଅର୍ପଣ କରିବା ଦ୍ୱାରା କରଜରୁ ମୁକ୍ତି ମିଳିବା ସହ କଷ୍ଟ ଦୂର ହୋଇଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories