www.samajalive.in
Monday, December 8, 2025
27.1 C
Bhubaneswar

ମୃତ ଚାଷୀଙ୍କ ଶବ ରଖି ରାସ୍ତା ଅବରୋଧ କଲେ ପରିବାର

କଲମପୁର : ଚାଷ ନଷ୍ଟ କାରଣରୁ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରି ସାନକୁଟୃର ଯୁବ ଚାଷୀ ବିନୋଦ ବିହାରୀ ମାଝୀଙ୍କ ପରିବାରକୁ କ୍ଷତି ପୁରଣ ଯୋଗାଇ ଦେବା ଦାବୀରେ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ବଡକୁଟୃ ଛକ ନିକଟରେ ଅବରୋଧ କରାଯାଇଥଲା। ଶନିବାର ଅପରାହ୍ନରେ ପୁଲିସ ଉପସ୍ଥିତିରେ ଶବ ଉଦ୍ଧାର କରିବା ପରେ ତୁରନ୍ତ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବର ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ରବିବାର ସକାଳେ ଶବ ବ୍ୟବଚ୍ଛେଦ ପରେ ଘରକୁ ଆଣୁଥିବା ରାସ୍ତାରେ ପରିବାର ଲୋକ ବଡକୁଟୃ ଛକ ନିକଟରେ ଶବକୁ ଓହ୍ଲାଇ ରାସ୍ତାରେ ରଖି ଅବରୋଧ କରିଥିଲେ। ବ୍ଲକ ଆଦିବାସୀ ସଂଘର ସଭାପତି କରନ ଝାଙ୍କରଙ୍କ ନେତୃତ୍ୱରେ ବହୁ ଆଦିବାସୀ ନେତାଙ୍କ ଉପସ୍ଥିତିରେ ରାସ୍ତା ଅବରୋଧ କରାଯାଇଥିଲା। କ୍ଷତିପୁରଣ ସ୍ୱରୁପ ମୃତକ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଦାବି କରିଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନ ବାହାନ ଅଟକି ରହିବା ସହ ରାସ୍ତାରେ ଜୀବନ ଯାତ୍ରା ଠପ୍‍ ହେଇଯାଇଥିଲା। ଏନେଇ ପ୍ରଶାସନ ସୂଚନା ପାଇ ତୁରନ୍ତ କଲମପୁର ବି.ଡି.ଓ ହେମସାଗର ଭୋଇ, କଲମପୁର ଅତିରିକ୍ତ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଧର୍ମଗଡ ଉପଖଣ୍ଡ ଆରକ୍ଷା ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାସହ ତୁରନ୍ତ ଜାତୀୟ ପରିବାର କଲ୍ୟାଣ ଯୋଜନାରୁ ୨୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାର ଘୋଷଣା କରିବା ସହ ଜିଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଘଟଣାସ୍ଥଳରେ ପ୍ରଦାନ କରିଥିଲେ। ଏହାସହ ମୃତକର ପତ୍ନୀକୁ ବିଧବା ଭତା, ଓ ବିଜୁ ପକ୍କା ଘର ଯୋଜନାରେ ଏକ ଘର ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ। ତୁରନ୍ତ ହରିଶ୍ଚନ୍ଦ୍ର ଯୋଜନାରୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ମନରେଗା ଯୋଜନା ମାଧ୍ୟମରେ ମୃତକ ପରିବାରର ଜମି ଉନ୍ନତି କରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ। ଏହି ପ୍ରତିଶୃତି ପାଇବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।
ବି.ପି.ଏଚ ପୋକ ସମେତ ଅନ୍ୟ ରୋଗ ପୋକ ପ୍ରଭାବରୁ ନଷ୍ଟ ହେଇଗଲା ଚାଷ। ଏପରିକି ମୂଳ ବାହାରିବା କଷ୍ଟକର। ବିଭିନ୍ନ ଦୋକାନୀ ଓ ମାଲିକ ସମେତ ବ୍ୟାଙ୍କ ମାଧ୍ୟମରେ ଋଣ ଆଣି ଚାଷ କରିଥିବା ବେଳେ ଅମଳ ବେଳକୁ ଶୂନ୍ୟ ହେଇଯାଇଛି। ଯାହାରି ଫଳରେ ମାନସିକ ସନ୍ତୁଳନ ହରାଇ ଗତ ଏକ ମାସରୁ ଅଧିକ ସମୟଧରି ଅନେକ ସମୟରେ ଗୁମ ମାରି ବସୁଥିବା କଲମପୁର ବ୍ଲକ ସାନକୁଟୃ ଗ୍ରାମର ଯୁବ ଚାଷୀ ବିନୋଦ ବିହାରୀ ମାଝୀ ଶନିବାର ଅପରାହ୍ନରେ କମଳ ନଦୀ କୂଳରେ ଥିବା ଆମ୍ବ ବଗିଚାର ଏକ ଆମ୍ବଗଛରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories