www.samajalive.in
Sunday, December 7, 2025
14.1 C
Bhubaneswar

ବିଜୁ ଯୁବ ବାହିନୀ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜୁଯୁବ ବାହିନୀର ସଭାପତି ସୁଶାନ୍ତ କୁମାର ମାହାଳିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନ୍ଧକାଟିଆ ସେବା ସମବାୟ ସମିତି ଅଧ୍ୟକ୍ଷ ରବିନ୍ଦ୍ରନାଥ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‍ଘାଟିତ କରି ଆଧୁନିକ ବିଶ୍ୱ ଗଢିବାରେ ଶିଶୁ ମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇଦେବା ସହିତ ସେମାନଙ୍କ ପାଇଁ ଉଚ୍ଚକୋଟୀର ଶିକ୍ଷାଦାନ,ଶୃଖଳା ସହ ବିଦ୍ୟାଳୟର ନୈତିକ ଓ ଶୈକ୍ଷିକ ବାତାବରଣ ହିଁ ଶିଶୁ ମାନଙ୍କ ଜୀବନକୁ ସଠିକ ଦିଗରେ ଗଢି ତୋଳିବାରେ ସହାୟକ ହେବ। ଏଥିପ୍ରତି ଆଜିର ଯୁବସମାଜ ସଚେତନ ହେବା ସହିତ ଅଭିଭାବକ ଓ ଶିକ୍ଷକଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ପ୍ରାକ୍ତନ ସରପଞ୍ଚ ପ୍ରହଲ୍ଲାଦ ଜେନା, ଶିକ୍ଷାବିତ ପ୍ରଶାନ୍ତ ବରାଳ, ଶିଶିର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଶିଶୁ ମାନଙ୍କ ମଧ୍ୟରେ ବକୃତା,ପ୍ରବନ୍ଧ,ସଂଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories