ବଢିବ ତାତି ; ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା!
ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ତାତିରୁ ମୁକ୍ତି ମିଳିଥିଲା। ଆଗାମୀ ୩ ଦିନରେ ରାଜ୍ୟରେ ଦିନ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ ରୁ ୧୦ ଡିଗ୍ରୀ ବଢିବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି।
ବଢିବ #ତାତି !!
ଆଗାମୀ #୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ ରୁ #୧୦ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି , ତଥା ଆଭ୍ୟନ୍ତରୀଣ ଏବଂ #ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ମାସ ଶେଷ ବେଳକୁ ତାପମାତ୍ରା #୪୦ଡ଼ିଗ୍ରୀ ଯାଏଁ ରେକର୍ଡ ହେବାର ସମ୍ଭାବନା ରହିଛି |
— Meteorological Centre, Bhubaneswar (@mcbbsr) March 21, 2024
Comments are closed.