www.samajalive.in
Monday, December 8, 2025
17.1 C
Bhubaneswar

ଘାଟିରେ ଅଟୋ ଓଲଟି ୭ ଜଣ ଗୁରୁତର 

ମ.ରାମପୁର : ଘାଟିରେ ଅଟୋ ଓଲଟି ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣକୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଦେଢଶୁଲି ପଞ୍ଚାୟତର ଜାମୁଲି ଘାଟିରେ। ଆଜି ଅପରାହ୍ନରେ ଏକ ବିବାହ ଭୋଜି ଖାଇବାକୁ ସାରେଙ୍ଗପଡା ଗାଁରୁ ମାସ୍କାପୁଡି ଗାଁକୁ ଏକ ଅଟୋରେ ଯାଉଥିବା ସମୟରେ ଜାମୁଲି ଘାଟିରେ ଅଟୋଟି ଭାରସାମ୍ୟ ହରାଇଥିଲା ,ଫଳରେ ଅଟୋରେ ବସିଥିବା ୧୫ଜଣଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସେମାନଙ୍କ ମଧ୍ୟରୁ ୪ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି। ଅନ୍ୟମାନଙ୍କୁ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘାଟି ରାସ୍ତାଟି ଅଣ ଓସାରିଆ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡିଛି। ଗୁରୁତର ଆହତ ମାନେ ହେଲେ ସାରେଙ୍ଗପଡା ଗାଁର କରେଲି ମାଝୀ, ମିଖାଲା ବେନିଆ, ନିଳେନ୍ଦ୍ରି ବେନିଆ ଓ ଅନ୍ୟ ୨ଜଣ ହେଲେ ପଟାଙ୍ଗି ଗାଁର ସମାଲି ମାଝୀ, ବ୍ରଜ ହରିଜନ ବୋଲି ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories