www.samajalive.in
Tuesday, December 9, 2025
16.1 C
Bhubaneswar

କନ୍ଧମାଳରେ ଆରମ୍ଭ ହେଲା ଡେଲିଭରି ଭ୍ୟାନ

ଫୁଲବାଣୀ: କନ୍ଧମାଳ ପରି ରାଜ୍ୟର ଅନେକ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚଞ୍ଚରହିଥିବା ବେଳେ ଗର୍ଭବତୀ ମହିଳାମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ରାସ୍ତାରେ, ଜଙ୍ଗଲରେ ଏପରିକି ରାସ୍ତାର ଅସ୍ଥାୟୀ କୁଡିଆରେ ପ୍ରସବ କରୁଛନ୍ତି ଗର୍ଭବତୀ। ଅନେକ ସମୟରେ ଗୁରୁତର ହେବା ସହିତ ପ୍ରାଣ ମଧ୍ୟ ଚାଲିଯାଉଛି। ଏହି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏବଂ ହାତ ପାଆନ୍ତାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଗର୍ଭବତୀ ଓ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ନୂତନ ଅଭିନବ ଯୋଜନା ଆରମ୍ଭ କରିଛନ୍ତି କନ୍ଧମାଳ ଜିଲା ପ୍ରଶାସନ। କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି ନିଜ ଉଦ୍ୟମରେ କନ୍ଧମାଳର ଦୁର୍ଗମ ଇଲାକା ପାଇଁ ଡେଲିଭରି ଭ୍ୟାନ ପ୍ରସ୍ତୁତ କରିଛନ୍ତି।
ଭ୍ୟାନରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବା ସହିତ ପାରା ମେଡିକାଲ ଷ୍ଟାଫ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ରହି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ପାରିବେ। ଏପରିକି ଏହି ଡେଲିଭରି ଆମ୍ବୁଲାନସ୍‍ ଭ୍ୟାନ ଯେ କୌଣସି ସ୍ଥାନରେ ପହଞ୍ଚି ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କରି ଆନୁଷ୍ଠାନିକ ଡେଲିଭରି ସେବା ଯୋଗାଇପାରିବ ବୋଲି ଜିଲାପାଳ ଡା.ବୃନ୍ଦା ଡି ସୂଚନା ଦେଇଛନ୍ତି। ଜିଲାର ନିଜସ୍ୱ ପାଣ୍ଠିରୁ ଏହି ଭ୍ୟାନର ବ୍ୟବସ୍ଥା କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପକୁମାର ଜେନା ଏହି ଅଭିନବ ଡେଲିଭରି ଭ୍ୟାନକୁ ଉଦଘାଟନ କରିବା ସହିତ କନ୍ଧମାଳରେ ଆରମ୍ଭ ହୋଇଥିବା ଏହି ପାଇଲଟ୍‍ ଯୋଜନା ପାଇଁ ସେ ଜିଲାପାଳଙ୍କୁ ସାଧୁବାଦ ଜଣାଇବା ସହ ଏହାକୁ ରାଜ୍ୟବ୍ୟାପି ଦୁର୍ଗମାଞ୍ଚଳରେ ଏହି ଯୋଜନା କାଯର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ୱାରା ଆସନ୍ନ ପ୍ରସବା ମା’ମାନେ ତୁରନ୍ତ ଉଚ୍ଚକୋଟୀର ସ୍ୱାସ୍ଥ୍ୟ ସେବା ପାଇପାରିବେ। ବାଇକ ଆମ୍ବୁଲାନସରେ କେବଳ ଦୁର୍ଗମାଞ୍ଚଳର କିଛି ବାଟକୁ ଯାଇ ଗର୍ଭବତୀଙ୍କୁ ଅଣାଯାଇପାରୁଥିବା ବେଳେ ମେଡିକାଲକୁ ଆଣି ପ୍ରସବ ବ୍ୟବସ୍ଥା ହେଉଛି। କିନ୍ତୁ ଏହି ଭ୍ୟାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ମଧ୍ୟ ମୋବାଇଲ ୟୁନିଟ୍‍ ପରି ପ୍ରସବ ବ୍ୟବସ୍ଥା କରାଯାଇପାରିବ ଏବଂ ଏହା ଏକ ଉତ୍ତମ ଉପଲବ୍ଧି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଅଧିକ ପାଣ୍ଠିର ବ୍ୟବସ୍ଥା କରାଯାଇ ଜିଲାରେ ଅଧିକ ଏପରି ଭ୍ୟାନ ବ୍ୟବସ୍ଥା କରାଯିବା ସହିତ ସୁଫଳ ମିଳିଲେ ନିଶ୍ଚିତ ଭାବେ ସାରା ରାଜ୍ୟରେ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories