କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୋଲମା ପଞ୍ଚାୟତର କୁସୁବେଟି ଛକ ନିକଟରେ ବାଇକକୁ ସାଇଡ ଦେବା ବେଳେ ମ୍ୟାକ୍ସ ପିକ୍ଅପ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଛି। କଲ୍ୟାଣସିଂହପୁର ଦେବଗିରି ଯାତ୍ରା ସାରି ଶୁକ୍ରବାର ସକାଳୁ ଥେରୁବାଲି ଦେଇ ଯାଉଥିବା ବେଳେ କୁସୁବେଟି ଛକ ନିକଟରେ ଏକ ବାଇକକୁ ସାଇଡ ଦେବା ବେଳେ ଗାଡ଼ିଟି ଓଲଟି ପଡିଛି। ଯାହାଫଳରେ ଗାଡ଼ିରେ ଥିବା ଜିନିଷ ପତ୍ର ଫିଙ୍ଗି ହୋଇଯାଇଥିଲା କିନ୍ତୁ ଗାଡ଼ିରେ ଥିବା ଚାଳକ ଓ ଲୋକଙ୍କୁ କିଛି ହୋଇନଥିବା ଜଣାପଡିଛି। ଗାଡ଼ିଟି ଯାଜପୁର ଜିଲାର ବୋଲି ଜଣାପଡିଛି। ଖବର ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Popular Categories



