www.samajalive.in
Monday, December 8, 2025
20.1 C
Bhubaneswar

ସକ୍ଷମ ଓଡ଼ିଶା ପୂର୍ବ ପ୍ରାନ୍ତ ସଭାପତି ହେଲେ ଡ଼ଃ ସତ୍ୟବ୍ରତ ସାହୁ

ପାଟଣା : ସମଗ୍ର ଭାରତ ବର୍ଷରେ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ କାମ କରୁଥିବା ଏକମାତ୍ର ସର୍ବ ଭାରତୀୟ ଅନୁଷ୍ଠାନ ସକ୍ଷମର ଜଗନ୍ନାଥ ଧାମ ପୁରୀ ଠାରେ କ୍ଷେତ୍ରୀୟ ସଚିବ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨ ଦିନ ଧରି ୨ ମାର୍ଚ୍ଚ ରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ର ପୁରୀରେ ଚାଲିଥିବା ଏହି ବୈଠକରେ ୧୨ଟି ରାଜ୍ୟରୁ ପ୍ରାନ୍ତ ସଭାପତି, ସଚିବ, ଉପସଭାପତି, ସହସଚିବ, କୋଷାଧ୍ୟକ୍ଷ ପ୍ରମୁଖ ମୋଟ ୪୫ରୁ ଅଧିକ ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଥିଲେ। ସେହିପରି ସର୍ବ ଭାରତୀୟ ସ୍ତରର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଚନ୍ଦ୍ରଶେଖର ଜୀ ,ରାଷ୍ଟ୍ରୀୟ ସଚିବ କମଳାକାନ୍ତ ଜୀ, ରାଷ୍ଟ୍ରୀୟ ସହସଚିବ ଉମେଶ ଆନ୍ଧାରେ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହି ବୈଠକର ସମସ୍ତଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା ପଶ୍ଚିମ ପ୍ରାନ୍ତର ସେବା ପ୍ରମୁଖ ଦୀପକ ରାଉତ ୨ ଦିନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ସକ୍ଷମର ଆଗାମୀ ବାର୍ଷିକ ଯୋଜନା, ଦିବ୍ୟାଙ୍ଗ କେନ୍ଦ୍ରର ଭୂମିକା ,ସମାଜ ପାଇଁ ପ୍ରତେକ ଦିବ୍ୟାଙ୍ଗ କିପରି ଚିହ୍ନଟ ହେଇ ସରକାରୀ ସୁବିଧା ପାଇବେ ଏସବୁ ବିଷୟରେ ଅଖିଳ ଭାରତୀୟ ଅଧିକାରୀ ମାନେ ପ୍ରାନ୍ତ ଅଧିକାରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।
ସକ୍ଷମ ସଶକ୍ତ ହେଲେ ଭାରତର ସମସ୍ତ ପ୍ରକାର ଦିବ୍ୟାଙ୍ଗ ଉପକୃତ ହେବେ ସେଥିପାଇଁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସକ୍ଷମର ସଂଗଠନକୁ ମଜବୁତ କରି କାର୍ଯ୍ୟକାରୀ କରିହେବ ସେ ବିଷୟରେ ମଧ୍ୟ ଆଲୋଚନା ହେଇଥିଲା। ପରିଶେଷରେ ପୂର୍ଵ ଏବଂ ପଶ୍ଚିମ ଓଡ଼ିଶାର ପ୍ରାନ୍ତ ଅଧିକାରୀ ମାନଙ୍କ ଦାୟିତ୍ୱ ପରିବର୍ତ୍ତନ ହେଇଥିଲା। ଓଡିଶା ପୂର୍ବ ପ୍ରାନ୍ତର ସଂରକ୍ଷକ ଭାବେ ଡ଼ଃ ସୁବ୍ରତ ଦାସ ଓଡିଶା ପୂର୍ଵ ପ୍ରାନ୍ତର ସଭାପତି ଡ଼ଃ ସତ୍ୟବ୍ରତ ସାହୁ, ପ୍ରାନ୍ତ ସଚିବ ମନସ୍ବିନୀ ଜେନା ଓଡିଶାର ସମସ୍ତ ପ୍ରକଳ୍ପର ଦାୟିତ୍ଵ ଓ ପୁର୍ବ ଓଡ଼ିଶାର ଉପ ସଭାପତି ଭାବେ ବୀରକିଶୋର ମହାନ୍ତ ଓ ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ରାମଚନ୍ଦ୍ର ସାହୁ ଓ ପ୍ରାନ୍ତ ସଚିବ ଶ୍ୟାମ କୁମାର ଦାଶ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନା ଅନୁସାରେ ଡ଼ଃ ସତ୍ୟବ୍ରତ ସାହୁ ବର୍ତ୍ତମାନ ସେବା ଫାଉଣ୍ଡେସନର ଶ୍ରୀ ଗୁରୁକୁଳର ଚେୟାରମ୍ୟାନ ଅଛନ୍ତି। ସେ ଏକାଧାରରେ ଜଣେ ଶିକ୍ଷାବିତ, ସାମ୍ବାଦିକ ଓ ସମାଜ ସେବୀ ଭାବେ ବେଶ ଜନପ୍ରିୟ ଥିବାବେଳେ ଦିବ୍ୟାଙ୍ଗ ମାନଙ୍କ ପ୍ରତିଥିବା ସମ୍ବେଦନଶିଳତା ପାଇଁ ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories