www.samajalive.in
Tuesday, December 9, 2025
16.1 C
Bhubaneswar

ଟିଟିଲାଗଡ଼ ଜେଲରୁ ୨ କଏଦୀ ଚମ୍ପଟ

ଟିଲାଗଡ଼: ବଲାଙ୍ଗିର ଜିଲା ଟିଟିଲାଗଡ଼ ଜେଲରୁ ଶନିବାର ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ମାମଲାର ଅଭିଯୁକ୍ତ ଶୋଭାବନ ରଣା ଓ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ପାଖରେ ଜଣେ ନାବାଳକୁ ଅପହରଣ କରି ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ କେସିଙ୍ଗା ଥାନା ଅଞ୍ଚଳର ସମିତ ବିହାରୀ ଏହି ଉପକାରଗାରରୁ ଚମ୍ପଟ ହୋଇ ଯାଇଛନ୍ତି। ଶନିବାର ରାତି ପ୍ରାୟ ୮ ସମୟରେ ଦୁହେଁ ଜେଲ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସବଜେଲର ଚୈତନ୍ୟ ପ୍ରଧାନ ଆଜି ଟିଟିଲାଗଡ଼ ଅଭିଯୋଗ କରିଛନ୍ତି।

କଏଦୀ ଖସି ପଳାଇବା ଦିନ ଜେଲ ‌ଅଧୀକ୍ଷକ ଛୁଟିରେ ଥିଲେ। ଶୋଭାବନ ଜେଲ ପାଚେରୀ ବାହାରେ ରହୁଥିବା ଜେଲରଙ୍କ ଘର କାମ କରୁଥିଲା। ସୁମିତ ଜେଲରେ ସର୍ଦାର ଭଳି ଥିଲା ଓ ଜେଲ ଭିତରେ ତା’ ଇସାରାରେ ସବୁ କିଛି ଚାଲୁଥିଲା ବୋଲି କୁହାଯାଉଛି। ପ୍ରତି ସନ୍ଧ୍ୟା ୬ରେ କଏଦୀଙ୍କ ହାଜିରା ପକାଇ ସେମାନଙ୍କୁ ସେମାନଙ୍କ କୋଠାରିକୁ ନିଆଯାଇଥିଲା। ତଥାପି ରାତି ୮ରେ ସେ ଦୁହେଁ କୋଠାରିରୁ କିପରି ବାହାରିଲେ ଓ ୪୦ ଫୁଟ ଉଚ୍ଚ ପାଚେରୀ ଡେଇଁଲେ ତାହା ଅନେକ ପ୍ରଶ୍ନ ଠିଆ କରିଛି। ଏ ସମ୍ପର୍କରେ ସବଜେଲର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଦୁହେଁ ଜେଲ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି। ଶିଶୁବଳି ଅଭିଯୁକ୍ତ ଗୁଣିଆଁ।

- Advertisement -

ଶୋଭାବନ ପାଠ ପଢ଼ିନଥିବା ବେଳେ କମ୍ପ୍ୟୁଟର କାମ କିପରି କଲା ବୋଲି ପଚାରିବାରୁ ତା’ର ଅଦ୍ଭୁତ କମ୍ପ୍ୟୁଟର ଜ୍ଞାନ ଅଛି ବୋଲି ସବଜେଲର କହିବା ବିସ୍ମିତ କରିଛି। ସବ ଜେଲର କହିଛନ୍ତି, ଜେଲ ବାହାର ଲୋକଙ୍କ ସହାୟତାରେ ସେ ଦୁହେଁ ଖସି ପଲାଇଛନ୍ତି।

କଏଦୀ ଶୋଭାବନ ପୂର୍ବରୁ ଜାମିନରେ ମୁକୁଳି ପୁଣି ଶିଶୁବଳି ଦେଇ ଗିରଫ ହୋଇଥିଲା। ସେ କିଛି ମାସ ତଳେ ଜେଲରୁ ମୁକ୍ତି ପାଇବା ପାଇଁ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲା ଓ ଜାମିନ ଆବେଦନ କରିଥିଲା। କିନ୍ତୁ ସେ ସେଥିରେ ବିଫଳ ହୋଇଥିଲା। ଦୁଇଟି ନରବଳି ଦେଇଥିବା ଅଭିଯୁକ୍ତକୁ ଜେଲରେ ଅଫିସ କାମ ଦିଆଯିବା ରହସ୍ୟଜନକ ମନେ ହେଉଛି।

ଅନ୍ୟ କଏଦୀ ସୁମିତ ବିହାରୀ ଟିଟିଲାଗଡ଼ ଦେବନ୍ଧପଡ଼ାର ଜଣେ ବାଳକ ଟ୍ୟୁସନ ଯାଉଥିବାବେଳେ ତାକୁ ଅପହରଣ କରି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ। ଏତେ ସାଂଘାତିକ ଘଟଣା ଘଟିଲା ବେଳେ ଜେଲ ଅଧୀକ୍ଷକ ଛୁଟିରେ ରହିବାକୁ ନେଇ ମଧ୍ୟ ସମା​‌େ​ଲ‌ାଚନା ହେଉଛି। ପୂର୍ବରୁ ଟିଟିଲାଗଡ଼ ଜେଲରେ ଏଭଳି ଗୁରୁତର ଅଭିଯୋଗ ହେବାରୁ ଜେଲ ଆଇଜି ଗସ୍ତ କରି କିଛି କର୍ମଚାରୀଙ୍କୁ ନିଲମ୍ବନ ଓ କେତେ ଜଣଙ୍କୁ ଏଠାରୁ ବଦଳି କରିଥିଲେ। ସେ ସମୟରେ ଜେଲରେ ଲାଗିଥିବା ସିସିଟିଭି ଚାଲୁନଥିବାରୁ ନୂଆ ସିସିଟିଭି କିଣି ଲଗା ଯାଇଥିଲା। ତା ସତ୍ତ୍ବେ ଏବେ ମଧ୍ୟ ଏହି ଜେଲର କୌଣସି ସିସିଟିଭି କାମ କରୁନଥିବା ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories