www.samajalive.in
Sunday, December 7, 2025
15.1 C
Bhubaneswar

ଆଜିର ରାଶିଫଳ (୦୯.୦୩.୨୦୨୪)

ମେଷ: ମନୋଜ୍ଞ ହେବେ। ଜ୍ଞାନାନୁରକ୍ତ ହୋଇପାରନ୍ତି। ସଦାସର୍ବଦା ସାଧୁସଙ୍ଗ ଲାଭ କରିବାର ପ୍ରୟାସୀ ହୋଇପାରନ୍ତି। ଉଚ୍ଚାସନ ମିଳିପାରେ। ବିନୟ ଭାବାପନ୍ନ ହେବେ। ଜୀବେ ଦୟା ପ୍ରତିଭାର ଅଧିକାରୀ ହେବେ।
ବୃଷ: ସାଧୁ ସଙ୍ଗ ପାଇଁ ତୀର୍ଥ ଭ୍ରମଣରେ ଆଗ୍ରହୀ ହେବେ। ପ୍ରଭୂତ କୋଷର ଅଧିକାରୀ ହେବେ। ପତ୍ନୀ ବାକ୍ୟ ପଟୁ ହୋଇପାରନ୍ତି। ଧନ ଗ୍ରହଣର ଲାଳସା ରହିଛି। ବିବେକାନୁମୋଦିତ ବିଦ୍ୟା ଲାଭ କରିବେ।
ମିଥୁନ: ଧର୍ମ କଥାନୁରକ୍ତ ହୋଇପାରନ୍ତି। ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିପାରନ୍ତି। ନୀତି ନିୟମ ପାଳନକୁ ପ୍ରାଧାନ୍ୟ ଦେବେ। ସନ୍ମାର୍ଗୀ ହେବେ। ଶୌର୍ଯ୍ୟଶାଳୀ ହେବେ। ନିର୍ଭର ଜୀବନଯାପନ କରିବେ।
କର୍କଟ: ବିବାହ ନୀତି, ନିୟମ ଦୃଷ୍ଟିରୁ ଅଟକି ଯାଇପାରେ। ଜବରଦସ୍ତ ବିବାହ କାର୍ଯ୍ୟ ସମ୍ପାଦନ କଲେ ଅଶେଷ କ୍ଷତି ସାଧିତ ହେବେ। ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଉତ୍ତମା ରମଣୀ ଓ ପତ୍ନୀ ଶ୍ରୀଯୁକ୍ତ ହେବେ।
ସିଂହ: ସ୍ବତଃ ପ୍ରବୃତଭାବେ ସେବାଧର୍ମକୁ ଆଦରି ନେଇପାରନ୍ତି। ସମାଜସେବୀର ମର୍ଯ୍ୟାଦା ଲାଭ କରିବେ। ଶାନ୍ତ ସ୍ବଭାବସମ୍ପନ୍ନ ହେବେ। ଆପଦ ବିପଦରେ ଧୈର୍ଯ୍ୟଶୀଳର ପରିଚୟ ସୃଷ୍ଟି କରିବେ।
କନ୍ୟା: ବିଦ୍ୟାଧ୍ୟାୟୀ ହେବେ। ସତ୍‌ମାର୍ଗରେ ଗତି କରିବେ। ଶତ୍ରୁମାନଙ୍କୁ କରାୟତ କରିବାରେ ଅଭିନବ ଉପାୟ ଅବଲମ୍ବନ କରିପାରନ୍ତି। ଋଣମୁକ୍ତ ହେବାର ଆଶା ଫଳବତୀ ହେବ। ଦାନଧର୍ମ କରିପାରନ୍ତି।
ତୁଳା: ମହାମତିଯୁକ୍ତ ହୋଇପାରନ୍ତି। ଅସ୍ତ୍ରଶସ୍ତ୍ରକୁ ନିଜର ଧନ ମନେ କରିପାରନ୍ତି। ନିଜେ କିଛି କରନ୍ତୁ ବା ନ କରନ୍ତୁ; ମାତ୍ର ଅନୁଗତଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ। କୌଶଳୀ ହେବେ।
ବିଛା: ନାରୀ ହୋଇଥିଲେ ବି ପୁରୁଷ ସ୍ବଭାବସମ୍ପନ୍ନ ହେବେ। ଅସାଧ୍ୟ ବୋଲି ଶବ୍ଦଟି ଆପଣଙ୍କ ଜାତକରେ ଉଲ୍ଲେଖ କରାଯାଉ ନାହିଁ। ନିରଙ୍କୁଶ କ୍ଷମତା ଆପଣଙ୍କ ହାତକୁ ଆସିବ। ସେହି କ୍ଷମତା ପ୍ରୟୋଗରେ ପ୍ରଶଂସା ମିଳିବ।
ଧନୁ: ନିରୋଗ ସ୍ବାସ୍ଥ୍ୟସମ୍ପନ୍ନ ହୋଇପାରନ୍ତି। ନିଷ୍ଠାପର କାର୍ଯ୍ୟ ନିର୍ବାହ କରି ଜନସାଧାରଣଙ୍କ ହିତାକାଂକ୍ଷୀ ଓ ଆଦରର ପାତ୍ର ହେବେ। ଆତ୍ମବିଶ୍ବାସୀ, ମଧୁର ଭାଷୀ ଓ ଭଦ୍ରୋଚିତ ବ୍ୟବହାର ହେବ। ସର୍ବତ୍ର ବିଜୟୀ ହେବେ।
ମକର: ସାହସୀ ହେବେ। ନିଜ ଲୋକମାନଙ୍କ ହିତ ସାଧନରେ ବ୍ରତୀ ହୋଇପାରନ୍ତି। କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିବାରେ ସିଦ୍ଧହସ୍ତ ହେବେ। ଆଜିର ଚେଷ୍ଟା ଫଳପ୍ରଦ ହେବ। ଧର୍ମ କାର୍ଯ୍ୟ କରିପାରନ୍ତି।
କୁମ୍ଭ: ଜନ ପ୍ରଧାନ ହୋଇପାରନ୍ତି। ସହଜରେ ଅର୍ଥାଗମ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ନୀତିନିଷ୍ଠ ହେବେ। ମନ ସ୍ଥିର କଲେ ହଜିଲା ଧନ, ଦ୍ରବ୍ୟକୁ ଖୋଜିଲେ ପାଇବେ। ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ।
ମୀନ: ଅତ୍ୟଧିକ ଶ୍ରମ ସ୍ବୀକାର କରିବାକୁ ବାଧ୍ୟ ହେବେ। ଶତ୍ରୁମାନେ ଆପଣଙ୍କୁ ଭୟ କରି ପଛଘୁଞ୍ଚା ଦେବେ। ପରିବାର ଓ ଗ୍ରାମବାସୀଙ୍କ ପାଇଁ ସମର ପ୍ରାଙ୍ଗଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ସୁଖୀ ଜୀବନ ବିତାଇବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories