www.samajalive.in
Monday, December 8, 2025
20.1 C
Bhubaneswar

ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ତେବେ କେଉଁଠାରେ ଦୃଶ୍ୟମାନ ହେବ ଜାଣନ୍ତୁ….

ଭୁବନେଶ୍ବର: ଏପ୍ରିଲ ୮ ତାରିଖରେ ପୂର୍ଣ୍ଣ  ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ସମୟରେ ପରାଗ ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଗ୍ରାସ କରିବ। ଯାହାଫଳରେ ଦିନରେ ରାତିର ଭ୍ରମ ସୃଷ୍ଟି ହେବ । ବୈଜ୍ଞାନିକଙ୍କ କହିବାନୁସାରେ ଚଳିତ ବର୍ଷ ଯେଉଁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ , ତାହା ଖୁବ୍ ବିରଳ। ୨୦୪୪ ମସିହା ପର୍ଯ୍ୟନ୍ତ ଆମେରିକା ଆକାଶରେ ଏପରି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବନି। ଏହାକୁ ଦେଖିବା ପାଇଁ ଲୋକଙ୍କୁ ସନ୍ ଗ୍ଲାସ୍  ବ୍ୟବହାର କରିବାକୁ ପଡିବନାହିଁ। ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ସୂର୍ଯ୍ୟଙ୍କୁ ଆଖି ଆଖିରେ ଦେଖିହେବ। ତେବେ ଏହା ଭାରତରେ ଦେଖାଯିବ ନାହିଁ। ଭାରତୀୟ ସମୟ ଅନୂସାରେ ୮ ତାରିଖ ରାତି ୯ଟା ୧୨ ମିନିଟ୍ ସମୟରେ ପରାଗ ଆରମ୍ଭ ହୋଇ ୯ ତାରିଖ ରାତି  ୨ଟା ୨୨ରେ ଶେଷ ହେବ । ଉତ୍ତର ଆମେରିକା , କାନାଡାରେ ଏହା ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ର ପୂର୍ବତନ ଉପନିର୍ଦ୍ଧେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହାପରେ ଆସନ୍ତା ଅକ୍ଯୋବର ୨ ତାରିଖରେ ଆଉ ଏକ ବଡ ବଳୟ ସୂର୍ଯ୍ୟପରାଗ ଦେଖାଯିବ । ଏହା ମଧ୍ୟ ଆମେରିକାରେ ଦେଖାଯିବ । କିନ୍ତୁ ଭାରତରେ ଦୃଶ୍ୟମାନ ହେବନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories