www.samajalive.in
Thursday, December 11, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ- ଯୁବତୀ ଜଣଙ୍କ ଟ୍ରେନ ଦୁଆର ମୁହଁରେ ଷ୍ଟାଇଲ୍‌ ଦେଖାଉଥିବ ବେଳେ ମୃତ୍ୟୁକୁ…

ମୁମ୍ବଇ- ଟ୍ରେନ ଦୁଆର ମୁହଁରେ ଅନେକ ଯାତ୍ରୀ ଛିଡା ହୋଇ ଯାତ୍ରା କରିଥାଆନ୍ତି । ଟିକିଏ ଅସାବଧାନ ହେଲେ ଜୀବନ ଯିବାର ଭୟ ରହିଥାଏ । ଏବେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଆପଣ ବି ଚମକି ପଡିବେ ।

ଟ୍ରେନ ଦୁଆର ମୁହଁ ଛିଡା ହୋଇ ଜଣେ ଯୁବତୀ ଯାତ୍ରା କରୁଥିଲେ । ଏହି ସମୟରେ ସେ ଷ୍ଟାଇଲ୍‌ ଦେଖାଇ ବାହାରୁ ଝୁଙ୍କି ଥିଲେ । ସେ ଷ୍ଟଣ୍ଟ ଦେଖାଉଥିବା ବେଳେ ଅନ୍ୟ ଜଣେ ଏହାର ଭିଡିଓ ମୋବାଇଲ୍‌ରେ ଉତ୍ତୋଳନ କରୁଥିଲେ । ସେ ଏହି ଷ୍ଟଣ୍ଟ ଦେଖାଇ ବାହାରକୁ ଝୁଙ୍କି ପୁଣି ଭିତରକୁ ଆସୁଥିବା ବେଳେ ଅନ୍ୟ ଟ୍ରାକରେ ହଠାତ୍‌ ଦ୍ରୁତ ଗତିରେ ଏକ ରେଳ ଆସିଥିଲା । ଯୁବତୀ ଜଣଙ୍କ ନିୟନ୍ତ୍ରଣ ହରାଇ ଖସି ପଡିଥିଲେ । ସେହି ସ୍ଥାନରେ ଛିଡା ହୋଇଥିବା ଯାତ୍ରୀମାନେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଜଣେ ଯାତ୍ରୀ ଧରି ପାରି ନଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ତାଙ୍କ ପୋଷାକକୁ ଧରି ପକାଇଥିଲେ । ସେ ନୂଆ ଜୀବନ ପାଇଥିଲେ । ସେହି ଯୁବତୀଙ୍କ ମୁହଁରେ ମୃତ୍ୟୁର ଡର ସ୍ପଷ୍ଟ ଭାବେ ଦେଖିବା ପାଇଁ ମିଳୁଛି ।

- Advertisement -

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଏହାର ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏପରି ଷ୍ଟଣ୍ଟ ଦେଖାଇବା ମୂର୍ଖତା ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories