www.samajalive.in
Tuesday, December 9, 2025
16.1 C
Bhubaneswar

ନିରଞ୍ଜନଙ୍କୁ ଶ୍ରୀକାନ୍ତଙ୍କ ଚିଠି

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଶ୍ରୀକାନ୍ତ ଖଣି ଦୁର୍ନୀତି ଓ ପଛୁଆବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇବା କାର୍ଡ ଖେଳି ଦଳରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗ ଭିତ୍ତିରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କ ଏଆଇସିସିକୁ ଏକ ରିପୋର୍ଟ ପଠାଇଥିଲେ। ଗୋଟିଏ ଦିନ ବ୍ୟବଧାନରେ ପୁନର୍ବାର କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚିଠି ଲେଖି ଜାତି ରାଜନୀତି ଉପରେ ନିଜ ମତ ରଖିଛନ୍ତି। ଶ୍ରୀ ଜେନା ପଠାଇଥିବା ଚିଠିରେ ଦର୍ଶାଇଛନ୍ତି ଯେ କଂଗ୍ରେସ ଦଳ ଜାତି ରାଜନୀତିରେ ବିଶ୍ୱାସ କରେ ନାହିଁ ଓ ଜାତିକୁ ଆଧାରକରି ମୁଖ୍ୟମନ୍ତ୍ରୀ କେହି ହୁଅନ୍ତି ନାହିଁ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ସେ ଉଠାଇଥିବା ୯୪ ଭାଗ ବର୍ଗଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁର ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ ଏଭଳି ମନ୍ତବ୍ୟ ଦେଇଥିବା ଅନୁଭବ କରୁଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି। ବର୍ଗ ଓ ଜାତି ଭିତରେ ଫରକକୁ ହୁଏତ ଠିକ୍‍ ଭାବେ ଶ୍ରୀ ପଟ୍ଟନାୟକ ବୁଝିପାରି ନାହାନ୍ତି। ସମ୍ବିଧାନରେ ବର୍ଗ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାକୁ ଭିତ୍ତିକରି ବର୍ଗ ଅର୍ଥାତ ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଓଡ଼ିଶା ଜନ ସଂଖ୍ୟାର ୯୪ ପ୍ରତିଶତ। ଏହାକୁ ଜାତି ହିସାବରେ ବିବେଚନା କରିବା ସମ୍ପୂର୍ଣ୍ଣ ଭୁଲ୍‍ ଅଟେ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଯାହା କହୁଛି ସେହିକଥା ଦଳରେ ଦୋହୋରେଇବା ଆଶ୍ଚର୍ଯ୍ୟ ବିଷୟ। ଏହାକୁ ବିଚାରକୁ ନେଇ ଗଣମାଧ୍ୟମ ଆଗରେ ଦଳର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ବିବାଦର ସମାଧାନା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା ଏଆଇସିସିକୁ ଚିଠି ଲେଖିବେ ବୋଲି କହିଛନ୍ତି। ଦଳରେ ଏଭଳି ମତାନ୍ତରକୁ ନେଇ ଅନ୍ୟ ବିରୋଧୀ ଦଳ ହସୁଛନ୍ତି।
ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଏଆଇସିସିକୁ ଯେଉଁ ଚିଠି ପଠାଇଲେ ତାହା ଗଣମାଧ୍ୟମକୁ ଜଣାଇବା ଉଚିତ୍‍ ନୁହେଁ ବୋଲି ଶ୍ରୀ ଲେଙ୍କା ଉଲ୍ଲେଖ କରିଛନ୍ତି। ଏହା ଉତ୍ତରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଶ୍ରୀକାନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ଆଲୋଚନା କରିବାକୁ ଚିଠି ଲେଖିଛନ୍ତି। କଂଗ୍ରେସ ଭିତରେ ଏବେ ଚିଠି ଲେଖିବା ରାଜନୀତି ଦଳରେ ଆଲୋଚ୍ୟର ବିଷୟ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories